ମାଓବାଦୀଙ୍କ ସହିଦ ସପ୍ତାହ ପାଳିତ; ସୁରକ୍ଷା କଡାକଡି

0 76

ରାୟଗଡ଼ା : ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଆଜି ଠାରୁ ଆରମ୍ଭ ହୋଇଛି ମାଓବାଦୀ ସହିଦ ସପ୍ତାହ । ମାଓ ସପ୍ତାହ ଆସନ୍ତା ଅଗଷ୍ଟ ୩ ତାରିଖ ପର୍ୟ୍ୟନ୍ତ ପାଳନ କରିବେ ବିଭି୍ନ୍ନ ମାଓବାଦୀ ସଂଗଠନ । ବିଶେଷ ଭାବେ ରାୟଗଡ଼ା ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀ ସଂଗଠନର ବାସଧାରା-ଘୁମସୁର-ନାଗାବଳି ଡିଭିଜନାଲ କମିଟି ସହିଦ ସପ୍ତାହ ପାଳନ ପାଇଁ ଆହ୍ନାନ ଦେଇଛି ।
ମାଓବାଦୀଙ୍କ ସହିଦ ସପ୍ତାହୁ ଜରରରେ ରଖି ହିଂସାକାଣ୍ଡ, ପୋଡାଜଳା ସମ୍ଭାବନା ରହିଛି । ତେଣୁ ପୋଲିସ ପକ୍ଷରୁ ରାୟଗଡା ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ମାଓ ପ୍ରବଣ କଲ୍ୟାଣସିଂହପୁର, କାଶୀପୁର, ଦୋରାଗୁଡ଼ା, ଆମ୍ବଦୋଳା, ମୁନିଗୁଡ଼ା, ଚନ୍ଦ୍ରପୁର, ବିଷମକଟକ ଓ ଗୁଡ଼ାରୀ ଥାନା ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ରାୟଗଡ଼ା ଜିଲ୍ଲାର ସମସ୍ତ ସୀମାକୁ ସିଲ କରାଯିବା ସହ ଚେକିଂ ଓ ବ୍ଲକିଂ ଜାରି ରହିଛି । ମୁଖ୍ୟତଃ ନିୟମଗିରି ଓ ବାସଙ୍ଗମାଳି ପାହାଡ଼ ମାଓବାଦୀଙ୍କ ଆ‡ାସ୍ଥଳୀ ହୋଇଥିବାରୁ ସେଠାରେ ଏସଓଜି, ବିଏସଏଫ ଓ ସିଆରପିଏଫ ଯବାନଙ୍କୁ ଉକ୍ତ ଅଞ୍ଚଳକୁ ପଠାଯାଇଛି । ଏହାସହ ସୀମାନ୍ତ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଞ୍ଚଳକୁ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Leave A Reply

Your email address will not be published.