ସଜେଇ ହେଉଛି ଅଯୋଧ୍ୟା ନଗରୀ

0 77

ଅଯୋଧ୍ୟା, ୩୧ ।୭ : ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତି ଜୋର୍ସୋର୍ରେ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ତାରିଖରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ମନ୍ଦିରର ଶୁଭ ମହୁରତ କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଏବେ ଅଯୋଧ୍ୟା ନଗରୀ ପୂରା ସଜେଇ ହୋଇଛି । ସେହିପରି ଅଯୋଧ୍ୟାର ସମସ୍ତ ମୁଖ୍ୟ ସ୍ଥାନଗୁଡ଼ିକୁ ସୁନ୍ଦର ଓ ଆକର୍ଷଣୀୟ ଭାବେ ସଜାଯାଉଛି । ପୁରା ଅଯୋଧ୍ୟାନଗରୀକୁ ରଙ୍ଗୀନ ଆଲୋକମାଳାରେ ଝଲସାଇବା ପାଇଁ କାମ ଚାଲିଛି । ବିଭିନ୍ନ ସ୍ଥାନରେ ପେଣ୍ଟିଂ କାର୍ଯ୍ୟ ଚାଲିଛି । ସହରର ବିଭିନ୍ନ ସଡ଼କକୁ ଚଉଡ଼ା କରାଯାଉଛି । ସରୟୁ ନଦୀର ଘାଟକୁ ସଫାସୁତୁରା ତଥା ସୌନ୍ଦର୍ଯ୍ୟ କରିବାର କାମ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି । ପୁରା ସହରର ବିଭିନ୍ନ କାୟାକଳ୍ପର ପ୍ରସ୍ତୁତି କାର୍ଯ୍ୟ ବି ଜାରି ରହିଛି । ଏପରିକି ରାମ ମନ୍ଦିର ତିଆରି କରିବା ସମୟରେ ଓ ରମମନ୍ଦିର ପୂରା ହେବା ପରେ ଏଠାକୁ ବହୁ ପର୍ଯ୍ୟଟକ ଆସିବାର ସମ୍ଭାବନା ରହିଛି । ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପରେ ଏଠାରେ ଲୋକଙ୍କର ରୋଜଗାର ବଢ଼ିବାର ଆଶା ରହିଛି । ଅଯୋଧ୍ୟାକୁ ସୁନ୍ଦର ବନାଇବା ପାଇଁ ନମାମି ଗଙ୍ଗା ପରିଯୋଜନାକୁ ବି ବ୍ୟବହାର କରାଯାଉଛି । ଭବିଷ୍ୟତକୁ ଧ୍ୟାନରେ ରଖି ରାମନଗରୀରେ ପରିବହନ ସୁବିଧାକୁ ବିକଶିତ କରାଯାଉଛି । ଅଯୋଧ୍ୟ ରେଲୱେ ଷ୍ଟେସନ୍ରେ ଥିବା ତିନୋଟି ପ୍ଲାଟଫର୍ମକୁ ଦୁଇ ଦିଗରୁ ସଂଯୋଗ କରିବା ପାଇଁ ଏକ ଫୁଟ୍ ଓଭରବ୍ରିଜ୍ ରହିଛି । ଷ୍ଟେସନରେ ନୂଆ ମୁଖ୍ୟ ଟର୍ମିନାଲ୍ ଭବନର ନିର୍ମାଣ କାର୍ଯ୍ୟ ବି ଜାରି ରହିଛି । ଏହାର ଡିଜାଇନ୍ ରାମମନ୍ଦିର ମଡେଲ୍ ଢ଼ାଞ୍ଚାରେ କରାଯାଉଛି ।

Leave A Reply

Your email address will not be published.