ଚିଙ୍ଗୁଡ଼ି ଫ୍ୟାକ୍ଟିରିକୁ ଚାଲାଣ ହେଉଥିବା 5 ଜଣ ଝିଅ ଉଦ୍ଧାର

0 76

ରାୟଗଡ଼ା : ଓଡିଶା ଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଲକ୍ଷ ଲକ୍ଷ ଲୋକ ଵିଭିନ୍ନ କମ୍ପାନୀ ଆଦି ରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି। ସରକାର   ଙ୍କ ତରଫରୁ ଏହି ଗରିଵ ମାନଙ୍କ ପାଇଁ ଵିଭିନ୍ନ ଯୋଜନା ହେଉଥିଲେ ମଧ୍ୟ ତାହା କେବଳ ସରକାରୀ ବାବୁ ,ଦଳିଅ ଆଗଧାଡ଼ିର ନେତା ଓ ବଡବଡିଆଙ୍କ ପାଇଁ ପ୍ରଯୁଜ୍ୟହୋଇଥାଏ। ହେଲେ ସରକାରଙ୍କର ଗରିବ ଶ୍ରମିକମାନଙ୍କ ପାଇଁ ଶହେ ଦିନର କାମକରିଵା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କରିଛନ୍ତି। ଏହି ଯୋଜନାରେ ମେସିନ୍ କାମ କରୁଥିବାରୁ କାମ ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ କରୋନା ଭୟରେ ଓଡିଶା ର ନିଜଗ୍ରାମକୁ ଫେରି ଆସିଥିଲେ ,ଗାଁ ରେ କାମ ନପାଇବାରୁ ଆନ୍ଧ୍ର ପ୍ରଦେଶର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟରୀରେ  କାମ କରିବାକୁ ଯାଉଥିବା 5 ଜଣ ଝିଅଙ୍କୁ ମୁନୀଗୁଡା ପୋଲିସ୍ ଦଲାଲଙ୍କ କବଳରୁ ଉଦ୍ଧାର କରିପିତାମାତାଙ୍କୁ ଜିମା ଦେଵାକୁ ଅଟକ ରଖିଛନ୍ତି। ସୂଚନାଯୋଗ୍ୟ ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହକୁମା ଵସ୍ ଷ୍ଟାଣ୍ଡରେ ପାଞ୍ଚଜଣନାଵାଳିକକା ଓସାବାଳିକା AP37DQ0009ନମ୍ଵର ଥିବା ଏକ କାରରେ ଆନ୍ଧ୍ର ପ୍ରଦେଶ ଅଭିମୂଖେ ଯାଉଥିବା ଜାଣି ମୁନୀଗୁଡା ପୋଲିସ୍ ଝିଅ ମାନଙ୍କୁ ଉଦ୍ଧାର କରିଵା ସହ ଦଲାଲ ମୋହନ ରାଓ ଓ ସହଯୋଗୀ ବର୍ଷା ପ୍ରଧାନୀ, ଡ୍ରାଇଭର ଲକ୍ଷ୍ମଣ ରାଓଙ୍କୁ ଗିରଫ କରିଥିବା ବେଳ ଥାନା କେଶ ନମ୍ଵର 114/020 ପ୍ରକାରେ କାଲି କୋର୍ଟଚାଲାଣ କରାଯିଵ ବୋଲି ଆଇ ଆଇ ସି ଶ୍ରୀରାଜେନ୍ଦ୍ର ପ୍ରସାଦ ଦେହୁରୀ ପ୍ରକାଶ କରିଛନ୍ତି।କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଅଞ୍ଚଳର ଏହି ପାଞ୍ଚଜଣ ଝିଅ ଆନ୍ଧ୍ର ପ୍ରଦେଶ ଗୋଦାବରୀ ଅଞ୍ଚଳରେ ଚିଙ୍ଗୁଡ଼ି ଫ୍ୟାକ୍ଟରୀରେ କାମ କରି ବାକୁ କାର୍ ଧରି ଆସିଥିବା ଏହି ଲୋକମାନେ ମୁନିଗୁଡାରେ ସେହି ଝିଅ ମାନଙ୍କ ଅପେକ୍ଷାରେ ଥିଲେ। କୌଣସି ପ୍ରକାର ଖଵର ପାଇ ଆଇ ଆଇ ସି ଶ୍ରୀରାଜେନ୍ଦ୍ର ପ୍ରସାଦ ଦେହୁରୀ ଙ୍କ ନିର୍ଦେଶରେ ପୋଲିସ ନିରଞ୍ଜନ ଦାଶ ଏବଂ ଓପିଏଏସ୍ ଏଙ୍କେଟି ରାମ ଶଵର ସାଧା ପୋଷାକରେ ଦହିଖାଲ ପର୍ଯ୍ୟନ୍ତ ଯାଇଥିଲେ, ଏହି ଝିଅ ମାନେ ଲାଞ୍ଜିଗଡରୁ ଅଟୋ ଯୋଗେ ପାଜିବାଲି ଆସିଥିଲେ ସେଠାରୁ ପୂର୍ଵ ପ୍ରସ୍ତୁତି ପ୍ରକାରେ କାରଯାଇ ସେମାନଙ୍କୁ ମୁନିଗୁଡାଆଣିଥିଲେ। ବସଷ୍ଟାଣ୍ଡରେ ପହଞ୍ଚିବା ମାତ୍ରେ ପଛେ ପଛେ ଆସୁଥିବା ସାଧା ପୋଷାକ ଧାରୀ ପୋଲିସ୍ ଦ୍ଵୟ ,ଡ୍ରାଇଭର ସମେତ ସହକାରୀ ମହିଳା ବର୍ଷା ଓ ମୁଖ୍ୟ ଦଲାଲକୁ ଥାନାକୁ ଆଣିବା ସହ ଝିଅ ମାନଙ୍କୁ ଉଦ୍ଧାର କରିଥିଲେ। ଆସନ୍ତାକାଲି ଝିଅ ମାନଙ୍କ ପିତାମାଙ୍କୁ ଜିମା ଦିଆଜିବ ଵୋଲି ପୋଲିସ୍ ସୂତ୍ରରୁ ସୂଚନା ମିଳିଛି।

Leave A Reply

Your email address will not be published.