ଶୂନ ଫଳ କରିଥିବା ଯୁକ୍ତ ଦୁଇ କଲେଜକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ବର : ଶୂନ ଫଳ କରିଥିବା ୧୫ଟି ଯୁକ୍ତ ଦୁଇ କଲେଜକୁ କାରଣ ଦର୍ଶାଅ ନୋଟିସ୍‌।  କାହିଁକି ଆଡମିଶନ ବନ୍ଦ କରାନଯିବ ସେନେଇ ନୋଟିସ କରାଯାଇଛି। ଏନେଇ କଲେଜ୍ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କଲା ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ। ଗତକାଲି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ମୋଟ ୯୭, ୩୭୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ମୋଟ୍‌ ପାସ୍‌ ହାର ୭୦.୨୧ ପ୍ରତିଶତ ରହିଛି। ତେବେ ଆସନ୍ତା ୨୧ତାରିଖରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ପ୍ରଥମ ବର୍ଷ ପଢ଼ିବା ପାଇଁ ନାମ ଲେଖିବାକୁ ଆବେଦନ କରିହେବ । ଅଗଷ୍ଟ ୨୧ ତାରିଖରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଅପରପକ୍ଷେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବେଦନ ଫି କମାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ଛାତ୍ରଛାତ୍ରୀମାନେ ସାମ୍ସ ଜରିଆରେ ଅନଲାଇନ୍‌ ଆବେଦନ କରିପାରିବେ। ଚଳିତବର୍ଷ ସାଧାରଣ ବର୍ଗ ପିଲାମାନଙ୍କ ପାଇଁ ଆବେଦନ ଫି’ ୨ଶହ ଟଙ୍କା ରହିଛି । ଏହା ସହ ଏସ୍‌ସି/ଏସ୍‌ଟି ପିଲାଙ୍କ ପାଇଁ ଆବେଦନ ଫି ଶହେ ଟଙ୍କା ରଖାଯାଇଛି । ସେପ୍ଟେମ୍ବର ୯ରେ ମେରିଟ୍‌ ଲିଷ୍ଟ୍‌ ବା ମେଧା ତାଲିକା ବାହାରିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

Leave a Reply

Your email address will not be published. Required fields are marked *