ଭୁବନେଶ୍ୱରରୁ ଆଉ ୧୯୮ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୯୪

0 69

ଭୁବନେଶ୍ୱର :  ସୋମବାର ରାଜଧାନୀ ଭୁବନେଶ୍ୱରରୁ ଆଉ ୧୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୪୮୭କୁ ବୃଦ୍ଧି ପାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୪ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୯୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୧୩୨ଜଣ ଆରୋଗ୍ୟ ଲାଭ କରିଛନ୍ତି । ସୂଚନାଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୪୮୭ରେ ପହଁଚିଥିବା ବେଳେ ୩୫୬୭ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ୨୭ଜଣ ପ୍ରାଣ ହରାଇଥିବା ବେଳେ ଏବେ ବି ୧୮୮୭ଟି ସକ୍ରିୟ କେସ୍ ରହିଛି ।

Leave A Reply

Your email address will not be published.