ନିର୍ବାଚନ କମିଶନର ଅଶୋକ ଲାଭସାଙ୍କ ଇସ୍ତଫା

0 88

ନୂଆଦିଲ୍ଲୀ : ନିର୍ବାଚନ କମିଶନର ଅଶୋକ ଲାଭସା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ଅଶୋକ ଲାଭସା ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ରେ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ । ସେ ଏଡିବିରେ ଦୀପକ ଗୁପ୍ତାଙ୍କ ଉତ୍ତରାଧିକାରୀ ହେବେ । ଦିୱାକର ଗୁପ୍ତାଙ୍କ କାର୍ଯ୍ୟକାଳ ୩୧ ଅଗଷ୍ଟରେ ଶେଷ ହେବ । ସୂଚନାଯୋଗ୍ୟ ଯେ ଜାନୁଆରୀ ୨୦୧୮ ରେ ଲାଭସାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା । ନିର୍ବାଚନ ଆୟୋଗର ଇତିହାସରେ ଅଶୋକ ଲାଭସା ଦ୍ୱିତୀୟ ଏପରି କମିଶନର ହେବେ ଯିଏକି ତାଙ୍କ କାର୍ଯ୍ୟକାଳ ପୂରଣ କରିବା ପୂର୍ବରୁ ଇସ୍ତଫା ଦେବାକୁ ପଡିବ । ଅଶୋକ ଲାଭସାଙ୍କ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ନାଗେନ୍ଦ୍ର ସିଂ ୧୯୭୩ ମସିହାରେ ଇସ୍ତଫା ଦେଇଥିଲେ ଯେତେବେଳେ ତାଙ୍କୁ ଏକ ଆନ୍ତର୍ଜାତୀୟ ନ୍ୟାୟିକ କୋର୍ଟରେ ବି·ରପତି କରାଯାଇଥିଲା । ଯଦି ସବୁ ଠିକ୍ ହୁଏ ତେବେ ଅଶୋକ ଲାଭସା ଏପ୍ରିଲ୍ ୨୦୨୧ ରେ ମୁଖ୍ୟ ନିର୍ବାଚନ କମିଶନର ହୋଇଥାନ୍ତେ ଏବଂ ୨୦୨୨ ସୁଦ୍ଧା ଅକ୍ଟୋବର, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ବିଧାନସଭା ର୍ନିବାଚନ କରିଥାନ୍ତେ ।

Leave A Reply

Your email address will not be published.