ଆମେରିକାର ନିର୍ବାଚନରେ ବିଡେନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲା ଡେମୋକ୍ରାଟିକ୍

0 76

ୱାଶିଂଟନ, ୧୯ ।୮ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟମାନେ ତା’ର ପ୍ରାର୍ଥୀ ଘୋଷଣା କରିଛି । ଡେମୋକ୍ରାଟ୍ସ ନ୍ୟାସନାଲ କନଭେନସନ୍ ସମୟରେ ଜୋ ବିଡେନଙ୍କୁ ୨୦୨୦ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ଭର୍ଚୁଆଲ୍ ସମ୍ମିଳନୀରେ ସମଗ୍ର ଦେଶରେ ଦଳର ଅଧିକାରୀ ଏବଂ କାର୍ଯ୍ୟକର୍ତ୍ତା ଜୋ ବିଡେନଙ୍କୁ ବିପୁଳ ସମର୍ଥନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଜୋ ବିଡେନ ଦୁଇଥର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଦୌଡ଼ରେ ଥିଲେ । କିନ୍ତୁ ସେ ତୃତୀୟ ଥରରେ ସଫଳତା ପାଇଛନ୍ତି । ସେ ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ରିପବ୍ଲିକାନ୍ ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଜୋ ବିଡେନ କହିଛନ୍ତି ଏହା ମୋ ପାଇଁ ଗର୍ବର ବିଷୟ । ଏହାପୂର୍ବରୁ ଆମେରିକାର ଡେମୋକ୍ରାଟ୍ସ ପାର୍ଟି ଦ୍ୱାରା ଭାରତୀୟ ମୂଳ କମଲା ହାରିସ୍ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନିଯୁକ୍ତ ହୋଇଥିଲେ । ସେ ପ୍ରଥମ କୃଷ୍ଣକାୟ ମହିଳା ହେବା ସହିତ ସେ ମଧ୍ୟ ଏହି ମାଇଲଖୁଣ୍ଟରେ ପହଞ୍ଚଥିବା ଭାରତୀୟ ମୂଳ ମହିଳା ଅଟନ୍ତି ।

Leave A Reply

Your email address will not be published.