କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ କରୋନା ପଜିଟିଭ୍

0 73

ନୂଆଦିଲ୍ଲୀ : ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨୮ ଲକ୍ଷ ଅତିକ୍ରମ କରିଛି । ଅନେକ ଭିଭିଆଇପି ମଧ୍ୟ ଏହାର କବଳରେ ଆସୁଛନ୍ତି । କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି । ଏହାପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂକ୍ରମିତ ହୋଇଥିଲେ । ଗଜେନ୍ଦ୍ର ସିଂ ଶେଖୱାଟ କହିଛନ୍ତି, ‘ଅସୁସ୍ଥତାର କିଛି ଲକ୍ଷଣ ଦେଖି ମୁଁ କରୋନା ପରୀକ୍ଷା କରିଥିଲି ଏବଂ ମୋର ରିପୋର୍ଟ ପଜିଟିଭ୍ ବାହାରିଛି । ଡାକ୍ତରଙ୍କ ପରାମର୍ଶରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଁ ଅନୁରୋଧ କରୁଛି ଯେଉଁମାନେ ଅତୀତରେ ମୋ ସହିତ ଯୋଗାଯୋଗ କରିଛନ୍ତି, ସେମାନେ ନିଜକୁ ଅଲଗା କରନ୍ତୁ ଏବଂ ସେମାନଙ୍କର କରୋନା ରିପୋର୍ଟ ପରୀକ୍ଷା କରିନିଅନ୍ତୁ ।

Leave A Reply

Your email address will not be published.