ଏନକାଉଣ୍ଟରରେ ୩ ଆତଙ୍କୀ ନିହତ

0 68

ଶ୍ରୀନଗର: ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଗୁରୁବାର ସୁରକ୍ଷା ବାହିନୀ ତିନିଜଣ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରିଛି । ଜାମ୍ମୁ-କାଶ୍ମୀରର ଡିଜିପି ଦିଲବାଗ ସିଂଙ୍କ ଅନୁଯାୟୀ ବାରାମୁଲ୍ଲା ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କୀଙ୍କ ମଧ୍ୟରେ ମଧ୍ୟରେ ଉତ୍ତର କାଶ୍ମୀରର ଲଶ୍କର-ଏ-ତାଇବାର ସବୁଠାରୁ ବଡ କମାଣ୍ଡର ସାଜଜାଦ ହାଇଦର, ତାଙ୍କର ପାକିସ୍ତାନୀ ସହଯୋଗୀ ଉସମାନ ଏବଂ ସ୍ଥାନୀୟ କାଶ୍ମୀରର ସହଯୋଗୀ ଅନାଇତୁଲ୍ଲା ଅଛନ୍ତି । ଗତ ·ରି ଦିନ ମଧ୍ୟରେ ହୋଇଥିବା ତିନିଟି ଅପରେସନରେ ୬ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ କାଶ୍ମୀରରେ ସକ୍ରିୟ ଥିବା ଦଶ ଜଣ ଆତଙ୍କବାଦୀ ତାଲିକାର ଅଂଶବିଶେଷ ବୋଲି ଜାମ୍ମୁକାଶ୍ମୀର ଡିଜିପି ଦିଲବାଗ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସିଂ ଆହୁରି କହିଛନ୍ତି ଯେ ଏହି ଅପରେସନ୍ ପ୍ରଶଂସନୀୟ ଏବଂ ଏହା ନିଶ୍ଚିତ ଭାବେ ସ୍ଥାନୀୟ ବାସନ୍ଦାଙ୍କ ପାଇଁ ଆଶ୍ୱସ୍ତିକର ଖବର । କାରଣ ସାଜଜାଦ ହାଇଦର ଅନେକ ଯୁବକଙ୍କୁ ଅତ୍ୟା·ର କରିଥିଲେ । ସେ ଆତଙ୍କବାଦ ସହ ଜଡିତ ଅନେକ ଘଟଣାରେ ଜଡିତ ଥିବାରୁ ଏବଂ ଜିହାଦ ପାଇଁ ଅନେକ କାଶ୍ମୀର ଯୁବକଙ୍କୁ ମୂଳୋତ୍ପାଟନ କରିଥିବାରୁ ହାଇଦର ହତ୍ୟା ଅତି ଜରୁରୀ ଥିଲା ।

Leave A Reply

Your email address will not be published.