ଆଇଆଇପିଏମର ନିର୍ଦ୍ଦେଶକ ଅରିନ୍ଦମ ଚୌଧୁରୀ ଗିରଫ

0 87

ନୂଆଦିଲ୍ଲୀ : ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାନିଂ ଆଣ୍ଡ ମ୍ୟାନେଜମେଣ୍ଟ (ଆଇଆଇପିଏମ୍)ର ନିର୍ଦ୍ଦେଶକ ଅରିନ୍ଦମ ଚୌଧୁରୀଙ୍କୁ ଗିରଫ କରାଯାଇଛି । ସିଜିଏସ୍ଟି ଦକ୍ଷିଣ ଦିଲ୍ଲୀ କମିଶନର ଅରିନ୍ଦମ ଚୌଧୁରୀଙ୍କୁ ଅଗଷ୍ଟ ୨୧ରେ ଅର୍ଥ ଆଇନର ଧାରା ୮୯ ଅନୁଯାୟୀ ଗିରଫ କରିଥିଲେ । ଟିକସ ଫାଙ୍କିବା ଅଭିଯୋଗରେ ଚୌଧୁରୀଙ୍କୁ ଗିରଫ କରାଯାଇଛି । ଟିକସ କାରବାର ଅଭିଯୋଗରେ ଅରିନ୍ଦମ ଚୌଧୁରୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ପ୍ରାୟ ୨୩ କୋଟି ଟଙ୍କା ସେବା ଟିକସ ଫାଙ୍କିଥିବା ତାଙ୍କ ନାମରେ ଅଭିଯୋଗ ରହିଛି । ଏହା ବ୍ୟତୀତ କମ୍ପାନୀର ନିର୍ଦ୍ଦେଶକ ଗୁରୁଦାସ ମଲିକ ଠାକୁରଙ୍କୁ ମଧ୍ୟ ସମାନ ଅପରାଧରେ ଗିରଫ କରାଯାଇ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।

Leave A Reply

Your email address will not be published.