ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

0 74

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୋଲିସ ନିକଟରେ ହାର୍ଡକର ମାଓବାଦୀ ମହାଦେବ ମାଡକାମୀ ଓରଫ ମନୁର ଆତ୍ମସମର୍ପଣ । ଦୀର୍ଘ ୫ ବର୍ଷ ଧରି ମନୁ ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିବା ବେଳେ ସେ ମହୁପଦର ଡିଭିଜନରେ ପାର୍ଟି ମେମ୍ବର ଥିଲା । ମାଓ ସଂଗଠନ ନିଜର ସତ୍ତା ହରାଉଥିବା ବେଳେ ଆଦିବାସୀ କ୍ୟାଡ଼ରଙ୍କ ଉପରେ ଅତ୍ୟା·ର ଦିନକୁ ଦିନ ବଢିବାରେ ଲାଗିଛି । ଓଡ଼ିଶା ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଥିବା ଦେଖି ମାଓବାଦୀ ମାନେ ହିଂସାତ୍ମକ ମାର୍ଗକୁ ଛାଡ଼ି ସମାଜ ସହ ମିଶିବାକୁ ମୁଖ୍ୟ ସ୍ରୋତରେ ଯୋଗଦେବାକୁ ସ୍ଥିର କରିଛନ୍ତି । ଓଡିଶା-ଛତିଶଗଡ ସୀମାରେ ଥିବା ତୁଳସୀ ପାହାଡ଼ ଅଞ୍ଚଳରେ ଥିବା ଟେମୁରୁପାଲ୍ଲୀ, କର୍ତ୍ତନପାଲ୍ଲୀ, ତେନ୍ତୁଲିଗୁମା ଏବଂ ମହୂପଦରରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ଲୋକଙ୍କ ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ ହୋଇପାରିଛି । ତେଣୁ ସେମାନେ ମାଓବାଦୀ ଧମକ ପ୍ରତି ଧ୍ୟାନ ଦେବା ବନ୍ଦ କରି ଦେଇଛନ୍ତି । ବର୍ତ୍ତମାନ ସ୍ଥାନୀୟ ଲୋକମାନେ ନକ୍ସଲଙ୍କୁ ସମର୍ଥନ କରୁନାହାଁନ୍ତି, ଯାହା ପୂର୍ବରୁ ସେମାନେ ବନ୍ଧୁକମୁନରେ ଧମକ ଦେଇ ବଳପୂର୍ବକ ଅପହରଣ, ଲୁଣ୍ଠନ, ହତ୍ୟା କରୁଥିଲେ । ତେଣୁ ଲୋକମାନେ ବାଧ୍ୟ ହୋଇ ମାଓବାଦୀମାନ ସମର୍ଥନ କରୁଥିଲେ । କିନ୍ତୁ ବର୍ତ୍ତମାନ ଏହି ଅଞ୍ଚଳରେ ପୋଲିସର କାର୍ଯ୍ୟକଳାପ ବୃଦ୍ଧି ଏବଂ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ସଫଳତା ଏବଂ ପୋଲିସର କାର୍ଯ୍ୟକଳାପର କ୍ରମାଗତ ଭୟ ମଧ୍ୟ ମାଓବାଦୀଙ୍କ ଆତ୍ମସମର୍ପଣରେ ସହାୟକ ହୋଇଛି । ମନୁ ଅନେକ ହିଂସାକାଣ୍ଡରେ ଜଡିତ ଥିବା ବେଳେ ମନୁର ଆତ୍ମସମର୍ପଣ ମାଓ ସଙ୍ଗଠନକୁ ବଡ଼ ଝଟକା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.