ମାଲକାନଗିରିରେ ବୋଲ ମାନୁନି କୋରୋନା

0 81

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଉଗ୍ରରୂପ ନେଉଛି କରୋନା। ଆଜି ଜିଲ୍ଲାରେ ମୋଟ ୭୮ ପଜେଟିଭ ଚିହ୍ନଟ ହୋଇଥିବା ମାଲକାନଗିରି ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଜିଲ୍ଲାର ମାଲକାନଗିରି ପୋୖର ପରିଷଦ ରେ ୨୮, ମାଲକାନଗିରି ବ୍ଲକ ରେ ୮, ବାଲିମେଳା ଏନଏସି ରେ ୧୧, ଖଇରିପୁଟ ବ୍ଲକ ରେ ୧, ଚିତ୍ରକୋଣ୍ଡା ରେ ୧୪, ମାଥିଲି ରେ ୧, କାଲିମେଳା ବ୍ଲକ ରେ ୧ ଏବଂ କୋରୁକୋଣ୍ଡା ବ୍ଲକ ରେ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ ମାଲକାନଗିରି ପୋୖର ପରିଷଦ ର ୨୮ ଆକ୍ରାନ୍ତ ଙ୍କ ମଧ୍ୟରୁ ୨୦ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଥିବା ବେଳେ ୬ ଆକ୍ରାନ୍ତ ଥଣ୍ଡା କାଶ ଜ୍ୱର ଜନିତ ଏବଂ ଅନ୍ୟ ୨ ଆକ୍ରାନ୍ତ ପ୍ରଶାସନ ପକ୍ଷରୁ ହୋଇଥିବା ସର୍ବେକ୍ଷଣ ରେ ଚିହ୍ନଟ ହୋଇଛନ୍ତି। ବାଲିମେଳା ଏନଏସି ର ୧୧ ଆକ୍ରାନ୍ତ ଙ୍କ ମଧ୍ୟରୁ ୫ ଜଣ ପୂର୍ବ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଥିବା ବେଳେ ଜଣେ ଥଣ୍ଡା କାଶ ଜ୍ୱର ଜନିତ ଏବଂ ଅନ୍ୟ ୫ ଜଣ ପ୍ରଶାସନ ପକ୍ଷରୁ ହୋଇଥିବା ସର୍ବେକ୍ଷଣ ରେ ଚିହ୍ନଟ ହୋଇଛନ୍ତି। ସେହିପରି ଖଇରିପୁଟ ବ୍ଲକ ର ଆକ୍ରାନ୍ତ ଜଣକ କୁଡୁମୁଲୁଗୁମ୍ମା ର ହୋଇଥିବା ବେଳେ ସେ  ସର୍ବେକ୍ଷଣ ରେ ଚିହ୍ନଟ ହୋଇଥିବା ଜଣାପଡିଛି ଏବଂ ମାଲକାନଗିରି ବ୍ଲକ ର ୮ ଆକ୍ରାନ୍ତ ଙ୍କ ମଧ୍ୟରୁ ୬ ଜଣ ସର୍ବେକ୍ଷଣ ରେ ଚିହ୍ନଟ ହୋଇଥିବା ବେଳେ ଜଣେ ଥଣ୍ଡା କାଶ ଜ୍ୱର ଜନିତ ଏବଂ ଅନ୍ୟ ଜଣେ ପୂର୍ବ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଥିବା ଜଣାପଡିଛି। ଚିତ୍ରକୋଣ୍ଡା ବ୍ଲକ ର ୧୪ ଆକ୍ରାନ୍ତ ଙ୍କ ମଧ୍ୟରୁ ୧୦ ଜଣ ସର୍ବେକ୍ଷଣ ରେ ଚିହ୍ନଟ ହୋଇଥିବା ବେଳେ ୨ ଜଣ ଥଣ୍ଡା କାଶ ଜ୍ୱର ଜନିତ, ଅନ୍ୟ ୨ ଜଣ ପୂର୍ବ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଜଣେ ଆଗ ଧାଡି ର କରୋନା ଯୋଦ୍ଧା ଥିବା ଜଣାପଡିଛି। ମାଥିଲି ବ୍ଲକ ର ଆକ୍ରାନ୍ତ ଜଣକ ଥଣ୍ଡା କାଶ ଜ୍ୱର ଜନିତ   ଥିବା ବେଳେ କାଲିମେଳା ବ୍ଲକ ର ଆକ୍ରାନ୍ତ ଜଣକ ପ୍ରଶାସନ ପକ୍ଷରୁ ହୋଇଥିବା ସର୍ବେକ୍ଷଣ ରେ ଚିହ୍ନଟ ହୋଇଥିବା ଜଣାପଡିଛି। ସେହିପରି କୋରୁକୋଣ୍ଡା ବ୍ଲକ ର ୧୪ ଆକ୍ରାନ୍ତ ଙ୍କ ମଧ୍ୟରୁ ୧୦ ଜଣ ସର୍ବେକ୍ଷଣ ରେ ଜଣାପଡ଼ିଥିବା ବେଳେ ଅନ୍ୟ ୪ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଥିବା ଜଣାପଡିଛି। ତେବେ ଆଜି ୭୮ ଆକ୍ରାନ୍ତ ଚିହ୍ନଟ ହୋଇ ମାଲକାନଗିରି ରେ ସର୍ବମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୮୫୮ ରେ ପହଂଚିଛି। ସେଥିମଧ୍ୟରୁ ୧୨୧୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୬୩୬ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଛନ୍ତି

Leave A Reply

Your email address will not be published.