ହୀରାକୁଦ ଡ୍ୟାମର ୩୬ ଗେଟ୍ ଦେଇ ଜାରୀ ରହିଛି ଜଳ ନିଷ୍କାସନ

0 80

ସମ୍ବଲପୁର, ୧ ।୯ (ଡି.କେ. ନ୍ୟୁଜ୍) : ହୀରାକୁଦ ଡ଼୍ୟାମ୍ ର ୩୬ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ନିଷ୍କାସନ ଜାରୀ ରହିଛି । ଡ଼୍ୟାମ୍ରେ ବାମ ପାଶ୍ୱର୍ ଡାଇକ୍ରେ ୨୩ ଟି ଓ ଡାହାଣ ପାଶ୍ୱର୍ ଡାଇକ୍ରେ ୧୩ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରୀ ରହିଛି । ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୧୬ ହଜାର ୨୫୬ ଘନଫୁଟ୍ ଜଳ ପ୍ରବେଶ କରୁଛି । ସେହି ସମୟରେ ମୋଟ୍ ୩୬ଟି ସ୍ଲୁଇସ୍ ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୫ ଲକ୍ଷ ୯୮ ହଜାର ୮୪୭ ଘନଫୁଟ୍ରୁ ଉଦ୍ଧ୍ୱର୍ ଜଳ ମହାନଦୀକୁ ଛଡାଯାଉଛି । ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ମଧ୍ୟାହ୍ନ ୧୨ଟା ସୁଦ୍ଧା ଜଳ ଭଣ୍ଡାରର ଜଳସ୍ତର ୬୨୭.୦୮ ଫୁଟ୍ ରହିଛି ।

Leave A Reply

Your email address will not be published.