ଏଲଏସିରେ ଟେନସନ ବଢ଼ୁଛି

0 70

ଗୁଳିଚାଳନା ଦୂରତା ମଧ୍ୟରେ ଦୁଇଦେଶର ଟ୍ୟାଙ୍କ ମୁତୟନ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଦୁଇ ଦେଶର ସେନା ମଧ୍ୟରେ ଦ୍ୱିତୀୟ ଥର ସଂଘର୍ଷ ହେବା ପରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳର ଦକ୍ଷିଣ କୂଳରେ ଅବସ୍ଥା ଗମ୍ଭୀର ହୋଇ ରହିଛି । ମଙ୍ଗଳବାର ବ୍ରିଗେଡ୍ କମାଣ୍ଡରସ୍ତରୀୟ କଥାବାର୍ତ୍ତା ଜାରି ରହିଥିବା ବେଳେ ଦୁଇ ଦେଶର ସେନା ପକ୍ଷରୁ ଗୁଳି ·ଳନା ଦୂରତାରେ ଟ୍ୟାଙ୍କ ମୁତୟନ କରାଯାଇଛି । ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଚୀନର ସ୍ଥିତାବସ୍ଥା ଭାଙ୍ଗିବା ଉଦ୍ୟମ କରିବା ପରେ ଭାରତୀୟ ସେନା ବ୍ଲାକ୍ ଟପ୍ ପୋଷ୍ଟକୁ ଅକ୍ତିଆର କରିଥିଲା । ସୂତ୍ରରୁ ପ୍ରକାଶ ଯେ ଚୀନ୍ ଯୁଦ୍ଧ ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନଗୁଡ଼ିକୁ “ବ୍ଲାକ ଟପ୍’ର ପାଦଦେଶରେ ମୁତୟନ କରିଛି । ସୂଚନା ମୁତାବକ, ଅଗଷ୍ଟ ୨୯-୩୦ରେ ଚୀନ ସେନା ଭାରତ ସୀମାକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ଏହା ପରେ ·ଇନାର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଥିବା ବ୍ଲାକ୍ ଟପ୍ ପୋଷ୍ଟରେ ଲଗାଇଥିବା କ୍ୟାମେରା ଏବଂ ସିସିଟିଭି ସିଷ୍ଟମ୍ ଉପକରଣକୁ ବାହାର କରି ଫିଙ୍ଗିବା ସହ ଚୀନ ସେନାର ଉଦ୍ୟମକୁ ବିଫଳ କରିଥିଲା । ଭାରତୟ ପ୍ରାୟ ୫୦୦ ଯବାନଙ୍କ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ ଉଦ୍ୟମ ବିଫଳ ହେବା ପରେ ଚୀନ ସେନା ଯୁଦ୍ଧ ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନଗୁଡ଼ିକୁ “ବ୍ଲାକ ଟପ୍’ର ପାଦଦେଶରେ ମୁତୟନ କରିଛି । ଚୀନ ସେନାକୁ ଜବାବ ଦେବାପାଇଁ ଭାରତ ମଧ୍ୟ ଯୁଦ୍ଧ ଟ୍ୟାଙ୍କ ମୁତୟନ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.