ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଯୋଗଦାନ ପ୍ରଶଂସନୀୟ : ମୋଦି

0 72

ନୂଆଦିଲ୍ଲୀ, ୫ ।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଶିକ୍ଷକ ଦିବସ ଅବସରରେ ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଯୋଗଦାନକୁ ନେଇ ଖୁବ ପ୍ରଶଂସା କରିଛନ୍ତି । ଛାତ୍ରଙ୍କୁ ଗଢିବାରେ ଶିକ୍ଷକଙ୍କ ଅବଦାନକୁ ନେଇ ଦେଶ ସର୍ବଦା ଶିକ୍ଷକଙ୍କ ପ୍ରତି କୃତଜ୍ଞ ରହିବେ ବୋଲି ସେ କହିଛନ୍ତି । ଶିକ୍ଷକଙ୍କ ଅତୁଳନୀୟ ପ୍ରୟାସ ପାଇଁ ସେ ଶିକ୍ଷକମାନଙ୍କୁ ପ୍ରଶଂସା କରିବ ସହ ଧନ୍ୟବାଦ ଜଣାଇଛନ୍ତି । ଶିକ୍ଷକ ଦିବସ ଅବସରରେ ମୋଦି ପୂର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ମନେପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଜୟନ୍ତୀରେ ଦେଶରେ ଶିକ୍ଷକ ଦିବସ ପାଳନ କରାଯାଇଥାଏ । ଆଉ ଏକ ଟ୍ୱିଟରେ ମୋଦି କହିଛନ୍ତି, ଦେଶର ଭବ୍ୟ ଇତିହାସ ସହ ଆମର ସଂଯୋଗକୁ ଶିକ୍ଷକଙ୍କ ଛଡା ଆଉ କିଏ ଗଭୀର କରି ପାରିବ । ଦେଶର ଗର୍ବ ଗୌରବ ଇତିହାସ ସମ୍ପର୍କରେ ଶିକ୍ଷକମାନେ ଛାତ୍ରଙ୍କୁ ଶିକ୍ଷା ଦେଇଛନ୍ତି । ସେ ନିଜର ମନ କି ବାତ କାର୍ଯ୍ୟକ୍ରମରେ ଦେଇଥିବା ଏକ ପରାମର୍ଶ ସମ୍ପର୍କରେ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ, ଶିକ୍ଷକ ସ୍୍ୱାଧୀନତା ସଂଗ୍ରାମୀର ବେନାମୀ ନାୟକଙ୍କ କାହାଣୀ ସହ ଅବଗତ କରାଇବା ଉଚିତ । ବେନାମୀ ନାୟକଙ୍କ କାହାଣୀ ଛାତ୍ରଙ୍କ ସାମ୍ନାକୁ ଆଣିବାକୁ ଶିକ୍ଷକ ପ୍ରସ୍ତୁତ ହେବା ଦିଗରେ କାମ କରିବାକୁ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.