କଙ୍ଗନାଙ୍କୁ ମିଳିବ “ୱାଇ’ ବର୍ଗର ସୁରକ୍ଷା

0 69

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ “ୱାଇ’ ବର୍ଗର ସୁରକ୍ଷା ମିଳିଛି । ସୂଚନାନୁସାରେ ଗୃହ ମନ୍ତ୍ରାଳୟ ପକ୍ଷରୁ କଙ୍ଗନାକୁ “ୱାଇ’ ଶ୍ରେଣୀ ସୁରକ୍ଷା ଦିଆଯାଇଛି । ଅଭିନେତ୍ରୀ କଙ୍ଗନା ରନାୱତ ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଏହି ସୁରକ୍ଷା ପ୍ରଦାନ କରାଯାଇଛି । କିଛିଦିନ ତଳେ ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ପରାମର୍ଶ ଦେଇଥିଲେ । ଧମକ ପାଇ କଙ୍ଗନା କାହା ଧମକକୁ ନ ଡ଼ରି ମୁମ୍ବାଇ ଆସିବାକୁ ନିଷ୍ପତ୍ତ୍ି ନେଇଥିଲେ । ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ କେନ୍ଦ୍ର ଗୃହ ମନ୍ତ୍ରାଳୟ କଙ୍ଗନା ରନାୱତଙ୍କୁ “ୱାଇ’ ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ସୁରକ୍ଷା ପାଇଁ ୧୧ଜଣ ଯବାନ ନିୟୋଜିତ ହେବେ । ସେଥିରେ ଗୋଟିଏ କିମ୍ବା ଦୁଇଟି କମାଣ୍ଡୋ ଏବଂ ବାକି ପୁଲିସ ଅଧିକାରୀ ରହିବେ । ଏହାର ବିଜ୍ଞପ୍ତି କିଛି ସମୟ ମଧ୍ୟରେ ପ୍ରକାଶ ପାଇପାରେ ବୋଲି ଜଣା ପଡ଼ିଛି କୁହାଯାଉଛି ଯେ, ସେପ୍ଟେମ୍ବର ୯ରେ ଯେତେବେଳେ କଙ୍ଗନା ମୁମ୍ବାଇରେ ପହଞ୍ଚିବେ, ସେତେବେଳେ ତାଙ୍କୁ “ୱାଇ’ ବର୍ଗର ସୁରକ୍ଷା ମିଳିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ “ୱାଇ’ ବର୍ଗର ସୁରକ୍ଷା ପାଇବା ପରେ କଙ୍ଗନା ରନାୱତ କହିଛନ୍ତି ଯେ, ଏବେ କେହି ଜଣେ ଦେଶପ୍ରେମୀର ସ୍ୱରକୁ ଚପାଇବାକୁ ପାରିବେ ନାହିଁ, ଯାହା କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି । ମୁଁ ଅମିତ ଶାହା ଜୀଙ୍କୁ ଧନ୍ୟବାଦ ଜଣାଉଛି । ସେ ·ହିଁଥିଲେ ମୋତେ କିଛି ଦିନ ପରେ ମୁମ୍ବାଇ ଆସିବା ପାଇଁ ପରାମର୍ଶ ଦେଇଥାନ୍ତେ । କିନ୍ତୁ ସେ ଭାରତର ଏକ ଝିଅ କହିଥିବା କଥାର ସମ୍ମାନ ରଖିଛନ୍ତି ।

Leave A Reply

Your email address will not be published.