୧୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ, ବୋଲେରୋ ଜବତ

0 49

ପାରଳାଖେମୁଣ୍ଡି,୧୨ା୦୯: ଗଞ୍ଜେଇ ଚୋରା ଚାଲାଣ ବେଳେ ୧୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ୩ଗିରଫ ସହ ଏକ ବୋଲେରୋ ଜବତ । ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତଥା ଆର.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ଏବଂ ଅଡବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଛି । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କାଟମା ଠାରେ ଏକ ପିକ୍ଅପ୍ ବୋଲେରୋ ନଂ ଓଡି-୦୭-ଜେଡ୍-୬୮୬୫କୁ ଅଟକାଇ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା । ସେଥିରୁ ୧୬ଗୋଟି ପ୍ଲାଷ୍ଟିକ ବସ୍ତା ମିଳିଥିଲା । ସେହି ବସ୍ତାରେ ୫୭୫ କେଜି ୩୦୦ଗ୍ରାମ ଚୋରା ଗଞ୍ଜେଇ ବାହାରି ଥିଲା । ଯାହାର ଆନୁମାନିକ ମୁଲ୍ୟ ୧୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏଥିରେ ସଂପୃକ୍ତି ଅଭିଯୋଗରେ ଡ୍ରାଇଭର ସୁବଳ ପରିଚ୍ଛା(୨୭),ସୁଶାନ୍ତ ପରିଚ୍ଛା(୩୦) ଏବଂ ପୁର୍ଣ୍ଣ ବିଶେୟୀ (୩୭)କୁ ପୋଲିସ ଗିରଫ କରିଛି । ଏମାନେ ଏହି ଚୋରା ଗଞ୍ଜେଇକୁ ଗଞ୍ଜାମ ଚାଲାଣ କରୁଥିଲେ । ଘଟଣାକୁ ନେଇ ଅଡବା ଥାନାରେ କେସ ନଂ ୮୦/୨୦ରେ ଏକ ମାମଲା ରୁଜୁ କରାଯାଇ ଏମାନେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସଆଇ ଚନ୍ଦନ ଦାସ ଜଣାଇଛନ୍ତି ।

Leave A Reply

Your email address will not be published.