କରୋନା କାରଣରୁ ସର୍ବଦଳୀୟ ବୈଠକ ବାତିଲ୍

0 61

ନୂଆଦିଲ୍ଲୀ: କରୋନାଭାଇରସ୍ କାରଣରୁ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଚଳିତବର୍ଷ କୌଣସି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ନାହିଁ ବୋଲି ସରକାର କହିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସର୍ବଦଳୀୟ ବୈଠକ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା ଯାହା କରୋନାଭାଇରସ୍ କାରଣରୁ ବାତିଲ କରାଯାଇଛି । ସଂସଦ ଅଧିବେଶନ ପୂର୍ବରୁ ଏଜେଣ୍ଡା ଉପରେ ଆଲୋଚନା ଏବଂ ଲକ୍ଷ୍ୟ ସ୍ଥିର କରିବା ପାଇଁ ସର୍ବଦଳୀୟ ବୈଠକ ଆୟୋଜନ କରାଯାଇଥାଏ । ବୈଠକରେ ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଏହି ପ୍ରସଙ୍ଗରେ ଉପସ୍ଥାପିତ ହେବାକୁ ଥିବା ବିଲ୍ ତାଲିକା ସମ୍ପର୍କରେ ଆଲୋଚନା କରିଥାନ୍ତି । ସଂସଦର ମୌସୁମୀ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇ ଅକ୍ଟୋବର ୧ ରେ ଶେଷ ହେବାର ଯୋଜନା ରହିଛି ।

Leave A Reply

Your email address will not be published.