ଶିବସେନା ଟାର୍ଗେଟରେ ଖିଲାଡି ଷ୍ଟାର ଅକ୍ଷୟ କୁମାର

0 76

ମହାରାଷ୍ଟ୍ର: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବାତ ଓ ମହାରାଷ୍ଟ୍ରର ଶାସକ ଦଳ ଶିବସେନା ମଧ୍ୟରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଶିବସେନା ନିଜ ମୁଖପତ୍ର ‘ସାମନା’ ଜରିଆରେ ଲଗାତାର ଅଭିନେତ୍ରୀ କଙ୍ଗନା ରଣାଓ୍ବାତଙ୍କୁ ଟାର୍ଗେଟ କରିଛି । ନିଜ ମୁଖପତ୍ରରେ ଅଭିନେତ୍ରୀ କଙ୍ଗନା ମୁମ୍ବାଇକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି ।  ମୁମ୍ବାଇକୁ ପାକିସ୍ତାନ କହୁଥିବା ଅଭିନେତ୍ରୀ କଙ୍ଗନାଙ୍କ ପଛରେ କିଏ ଅଛି ବୋଲି ଦଳ ପ୍ରଶ୍ନ କରିଛି । ଏହି ମାମଲାରେ ସିନେମା ଜଗତର କୌଣସି ବି ବଡ ବଡ ତାରକା ମୁହଁ ଖୋଲୁନଥିବା ଶିବସେନାକୁ ସନ୍ଦେହରେ ପକାଇଛି । ଏପରିକି କିଛି ନହେଲେ ଅକ୍ଷୟ କୁମାରଙ୍କ ଭଳି ଜଣେ ବଡ କଳାକାର ଆଗକୁ ଆସିବା କଥା । କାରଣ ମୁମ୍ବାଇ ଏମାନଙ୍କୁ ବହୁତ କିଛି ଦେଇଛି । ମହାରାଷ୍ଟ୍ରର ଭୁମିପୁତ୍ର ମାନଙ୍କୁ ଏବେ ଏକାଠି ହେବା ଦରକାର ବୋଲି କୁହାଯାଇଛି । ଶିବସେନା ଆହୁରି ମଧ୍ୟ ‘ସାମନା’ ମାଧ୍ୟମରେ କହିଛି ଯେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇକୁ ପୁଣିଥରେ ଗ୍ରହଣ ଲାଗିବାକୁ ଯାଉଛି । ଆଉ ଏହା ବାହାର ଲୋକଙ୍କ ଦ୍ବାରା କରାଯାଉଛି । ଏହାକୁ ମଜବୁତ କରିବାକୁ ଆମରି ଘରର ଲୋକହିଁ ସାହାଯ୍ୟ କରୁଛନ୍ତି । ମୁମ୍ବାଇକୁ ପାକିସ୍ତାନ ବୋଲି କୁହାଗଲା । ମୁମ୍ବାଇକୁ ଅପମାନିତ କରିଥିବା ଜଣେ ଅଭିନେତ୍ରୀଙ୍କ ବେଆଇନ ଘରକୁ ବିଏମସି ଦ୍ବାରା ଭଙ୍ଗାଗଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ କେହି ଏହାକୁ ବିରୋଧ କଲେ ନାହିଁ । ମୁମ୍ବାଇକୁ ପ୍ରଥମେ ପାକିସ୍ତାନ ଓ ପରେ ବାବରଙ୍କ ରୂପରେ କୁହାଗଲା । ଏହା ପଛରେ କହିଥିବା ଲୋକ ପଛରେ ଭାରତୀୟ ଜନତା ପାର୍ଟିର ସମର୍ଥନ ରହିଛି ବୋଲି ଲେଖାଯାଇଛି । ଏସବୁ ଘଟଣାରେ କାହିଁକି ପୂରା ବଲିଉଡ ଶୋଇ ରହିଛି ତାକୁ ନେଇ ପ୍ରଶ୍ନ ଉଠାଇଛି ଶିବସେନା ।

Leave A Reply

Your email address will not be published.