ମୃତ୍ୟୁହାର ଓ ଆକ୍ଟିଭ୍ ମାମଲା ଲଗାତାର ହ୍ରାସ ପାଉଛି

0 69

୨୪ ଘଣ୍ଟାରେ ୯୨ ହଜାର ନୂଆ ମାମଲା, ୧୧୩୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ଆତଙ୍କ ଜାରି ରହିଛ । ଗୋଟିଏ ଦିନରେ ୯୨ ହଜାର ୭୧ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ପୂର୍ବରୁ ସେପ୍ଟେମ୍ବର ୧୧ ତାରିଖରେ ରେକର୍ଡ ସଂଖ୍ୟକ ୯୭ ହଜାର ୫୭୦ ନୂଆ ମାମଲା ସାମ୍ନାକୁ ଆସିଥିଲା । ୨୪ ଘଣ୍ଟାରେ ୧୧୩୬ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ସେପ୍ଟେମ୍ବର ମାସରେ ଦେଶରେ ଲଗାତାର ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୮ ଲକ୍ଷ ପାର କରିସାରିଛି । ସଂକ୍ରମଣ ମାମଲାରେ ଆମେରିକା ସବୁଠାରୁ ଆଗରେ ରହିଛି । କିନ୍ତୁ ଆମେରିକା ତୁଳନାରେ ଭାରତରେ ପ୍ରତିଦିନ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ମୋଟ କରୋନା ମାମଲା ୪୮ ଲକ୍ଷ ୪୬ ହଜାର ହୋଇସାରିଛି । ୭୯ ହଜାର ୭୨୨ ଜଣଙ୍କ ମୃତ୍ୟୁ ହୋଇସାରିଛି । ଦେଶରେ ବର୍ତ୍ତମାନ ୯ ଲକ୍ଷ ୮୬ ହଜାର ଆକ୍ଟିଭ୍ ମାମଲା ରହିଛି । ୩୭ ଲକ୍ଷ ୮୦ ହଜାର ଲୋକ ସୁସ୍ଥ ହୋଇସାରିଛନ୍ତି । ଆଇସିଏମଆର ଅନୁଯାୟୀ, ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ୫ କୋଟି ୭୨ ଲକ୍ଷ ନମୁନା ଯାଞ୍ଚ କରାଯାଇଛି । ରବିବାର ଦିନ ୧୦ ଲକ୍ଷ ନମୁନା ଯାଞ୍ଚ କରାଯାଇଛି । ଏକ ଆଶ୍ୱସ୍ତିକର ଖବର ମଧ୍ୟ ରହିଛି । ମୃତ୍ୟୁହାର ଓ ଆକ୍ଟିଭ୍ ମାମଲା ଲଗାତାର ହ୍ରାସ ପାଉଛି । ମୃତ୍ୟୁହାର ହ୍ରାସ ପାଇ ୧.୬୪ ପ୍ରତିଶତ ହୋଇଛି । ଆକ୍ଟିଭ୍ ମାମଲା ମଧ୍ୟ ହ୍ରାସ ପାଇ ୨୧ ପ୍ରତିଶତ ହୋଇଛି । ସୁସ୍ଥହାର ବୃଦ୍ଧି ପାଇ ୭୮ ପ୍ରତିଶତ ହୋଇଛି । ଦେଶରେ ସୁସ୍ଥହାର ଲଗାତାର ବୃଦ୍ଧି ପାଉଛି । ଦେଶରେ ସବୁଠାରୁ ଅଧିକ ଆକ୍ଟିଭ୍ ମାମଲା ମହାରାଷ୍ଟ୍ରରେ ରହିଛି । ହସ୍ପିଟାଲରେ ୨ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି । ସଂକ୍ରମଣ ମାମଲାରେ ଦ୍ୱିତୀୟ ସ୍ଥାନରେ ତାମିଲନାଡୁ, ତୃତୀୟରେ ଦିଲ୍ଲୀ, ଚତୁର୍ଥରେ ଗୁଜରାଟ ଓ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗରେ ରହିଛି । ଏହି ୫ ରାଜ୍ୟରେ ସବୁଠାରୁ ଅଧିକ ଆକ୍ଟିଭ୍ ମାମଲା ରହିଛି । ଆକ୍ଟିଭ୍ ମାମଲା ମଧ୍ୟଆରେ ଦୁନିଆରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ମୃତ୍ୟୁ ମାମଲାରେ ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସ୍ଥାନରେ ଭାରତ ରହିଛି ।

Leave A Reply

Your email address will not be published.