ପଦ୍ମ’ ପୁରଷ୍କାର-୨୦୨୧ ପାଇଁ ଆବେଦନର ଶେଷ ତାରିଖ ୧୫ ଅକ୍ଟୋବର

0 65

ନୂଆଦିଲ୍ଲୀ ୧୪/୦୯: ପଦ୍ମ ପୁରଷ୍କାର ପାଇଁ ଆବେଦନ କରିବାର ଶେଷ ତାରିଖ ୧୫ ଅକ୍ଟୋବର । ଗଣତନ୍ତ୍ର ଦିବସ ୨୦୨୧  ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ ପୁରଷ୍କାର ପାଇଁ ଅନଲାଇନ୍‌ ଆବେଦନର ଶେଷ ତାରିଖ ୧୫ ଅକ୍ଟୋବର । ନାମାଙ୍କନ ଭରିବାର ଶେଷ ତାରିଖ ୧୫ ଅକ୍ଟୋବର ହୋଇଥିବା ବେଳେ ମେ ୧ରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଥିଲା । ପଦ୍ମ ପୁରଷ୍କାର ମଧ୍ୟରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସାମିଲ ରହିଛି । ୧୯୫୪ରୁ ଆରମ୍ଭ ହୋଇଥିବା ପଦ୍ମ ପୁରଷ୍କାର ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ପ୍ରଦାନ କରାଯାଏ ।

ନାମାଙ୍କନ କରିବା ପାଇଁ ନିର୍ଦ୍ଦିଷ୍ଟ ଓ୍ବେବସାଇଟ୍‌ରେ ବିସ୍ତୃତ ବିବରଣୀ ଦେବା ଆବଶ୍ୟକ । ସେବା , ଉପଲବ୍ଧି ଆଦି ସମ୍ପର୍କରେ ଅତିବେଶୀରେ ୮୦୦ ଶବ୍ଦ ମଧ୍ୟରେ ଉଲ୍ଲେଖ କରିବାକୁ ପଡ଼ିବ । ବିଶେଷ କରି ଏହି ପୁରଷ୍କାରର ମୂଳ ଉଦ୍ଦେଶ୍ୟ ହେଉଛି, ମହିଳା, ପଛୁଆ ବର୍ଗର ବ୍ୟକ୍ତି, ଅନୁସୂଚିତ ଜାତି ଓ ଜନଜାତି ଓ ଦିବ୍ୟାଙ୍ଗଙ୍କ ପ୍ରତି ନିସ୍ବାର୍ଥପର ଭାବେ କାର୍ଯ କରିବା  । ତେଣୁ ଏଭଳି ବ୍ୟକ୍ତିଙ୍କ ନାମାଙ୍କନ କରାଇବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ସମସ୍ତ କେନ୍ଦ୍ରୀୟ ମନ୍ତ୍ରାଳୟ, ବିଭାଗ, ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛି ।  

Leave A Reply

Your email address will not be published.