ଦକ୍ଷିଣ ଭାରତରେ ସକ୍ରିୟ ଅଛନ୍ତି ଆଇଏସ୍ ଆତଙ୍କୀ

0 59

ଦେଶର ଦକ୍ଷିଣ ରାଜ୍ୟରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀମାନେ ଅଧିକ ସକ୍ରିୟ ଅଛନ୍ତି । ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ତେଲେଙ୍ଗାନା, କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ଆଇଏସଙ୍କ ଉପସ୍ଥିତି ସମ୍ପର୍କରେ ୧୭ ଟି ମାମଲା ରୁଜୁ କରିଛି ଏବଂ ୧୨୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନଆଇଏ ଅନୁସନ୍ଧାନରୁ ଜଣାପଡିଛି ଯେ କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଜାମ୍ମୁ-କାଶ୍ମୀରରେ ଆଇଏସ ଅଧିକ ସକ୍ରିୟ ରହିଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଗୃହମନ୍ତ୍ରୀ ଜି କିଶାନ ରେ‡ୀ କହିଛନ୍ତି ଯେ ଦକ୍ଷିଣ ରାଜ୍ୟ ସମେତ ବିଭିନ୍ନ ରାଜ୍ୟରୁ ଆସିଥିବା ବ୍ୟକ୍ତିବିଶେଷମାନେ ଆଇଏସରେ ଯୋଗ ଦେଇଥିବାର କିଛି ଉଦାହରଣ ରହିଛି । ସେ ଏହା ମଧ୍ୟ କହିଛନ୍ତି ଯେ ଏହା କେନ୍ଦ୍ରୀୟ ଏବଂ ରାଜ୍ୟ ସୁରକ୍ଷା ଏଜେନ୍ସିର ନଜରକୁ ଆସିଛି । ରେ‡ୀ କହିଛନ୍ତି ଯେ ଆଇଏସ୍ ନିଜର ପ୍ର·ର ପାଇଁ ବିଭିନ୍ନ ଇଣ୍ଟରନେଟ୍ ଆଧାରିତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଛି । ସଂପୃକ୍ତ ଏଜେନ୍ସିଗୁଡିକ ଦ୍ୱାରା ସାଇବର ସ୍ପେସ୍କୁ ଅତି ନିକଟତର ଭାବେ ନଜର ରଖାଯାଉଛି ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ରେ‡ୀ କହିଛନ୍ତି ।

Leave A Reply

Your email address will not be published.