ପିପିଲିରେ ଲୁଟେରାଙ୍କ ରାଜ ଚାଲିଛି

0 77

ମହିଳା ଓ ବୃଦ୍ଧଙ୍କ ଏଟିଏମ, ଅଳଙ୍କାର, ମୋବାଇଲ ଲୁଟ୍


ପିପିଲି : ପିପିଲି ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ରାଜ୍ ବୃଦ୍ଧି ପାଇବାରେ ଲାଗିଛି । ବ୍ୟାଙ୍କ ଆଗରୁ ଲୁଟ ଉଦ୍ୟମ କରି ବିଫଳ ହେବାର ଗୋଟିଏ ଦିନ ପରେ ପୁଣି ଦୁଇଟି ଲୁଟ ଘଟଣା ଘଟିଛି । ପିପିଲି ବଜାର ଉପକଣ୍ଠ ଫ୍ଲାଏଓଭର ବ୍ରିଜ ନିକଟରୁ ଜଣେ ମହିଳାଙ୍କ ଠାରୁ ସୁନା ଅଳଙ୍କାର, ମୋବାଇଲ ଫୋନ ଲୁଟି ନେଇଛ”ି । ଭୁବନେଶ୍ୱର ବଡଗଡ ଅଂଚଳର ପ୍ରଶା” ମଲ୍ଲିକ ନିଜ ପତ୍ନୀଙ୍କୁ ନେଇ ଏକ ଆକ୍ଟିଭା ଗାଡିରେ ଆଜି ବଳଂଗା ଯାଉଥିଲେ । ମଧ୍ୟାହ୍ନ ପ୍ରାୟ ବାରଟା ବେଳେ ଜାତୀୟ ରାଜପଥରୁ ନିମାପଡା ରାଜ୍ୟରାଜପଥକୁ ସଂଯୋଗ କରୁଥିବା ଫ୍ଲାଏଓଭର ବ୍ରିଜର ସର୍ଭିସରୋଡର ଶେଷ ଭାଗରେ ଏକ ନାଲି ପଲସର ବାଇକରେ ଦୁଇ ଯୁବକ ପଛରୁ ଆସି ଆକ୍ଟିଭାର ବାମ ପାଶ୍ୱର୍କୁ ଚାଲି ଆସିଥିଲେ । ପ୍ରଶା”ଙ୍କ ପତ୍ନୀ ଧରିଥିବା ଭ୍ୟାନିଟିକୁ ଛଡାଇ ନେଇ ଲୁଟେରାମାନେ ଦୃତଗତିରେ ଓଭରବ୍ରିଜ ଦେଇ ପିପିଲି ବଜାର ଅଭିମୁଖେ ଚାଲି ଆସିଥିଲେ । ପ୍ରଶା” ଥାନାରେ ପହଂଚି ଘଟଣା ସଂପର୍କରେ ପିପିଲିଥାନାରେ ଅଭିଯୋଗ କରିଛ”ି । ଭ୍ୟାନିଟିରେ ନଗଦ ୨ହଜାର ଟଙ୍କା ସହ ସୁନା ହାର, ସୁନା ଚେନ, ସୁନା ଲକେଟ ସହ ଛୋଟପିଲାଙ୍କ ନୂଆ ଡ୍ରେସ ଓ ମୋବାଇଲ ଫୋନ୍ ଥିଲାବୋଲି ଅଭିଯୋଗକାରୀ କହିଛ”ି ।

ସେହିପରି କଣାସ ଥାନା ତ୍ରୀଲୋଚନପୁର ଗାଁର ପତିପାବନ ପାଣିଗ୍ରାହୀ ଥାନା ସମ୍ମୁଖ ଏଟିଏମରୁ ନିଜ ଜମା ଖାତାର ବାଲାନ୍ସ ଚେକ କରୁଥିବା ସମୟରେ ତାଙ୍କ ପଛରେ ଠିଆ ହୋଇଥିବା ଯୁବକ ଜଣକ ତାଙ୍କ ହାତରୁ ଏଟିଏମ କାର୍ଡ଼ ଛଡ଼ାଇ ନେଇ ଏଟିଏମ ବାହାର ଥିବା ତାର ସାଥି ଲୁଟେରା ସହ ଏକ ପଲସରରେ ଦୃତ ଗତିରେ ପୁରୀ ଅଭିମୁଖେ ଚାଲିଯାଇଥିଲେ । ପରବର୍ତି ସମୟରେ ବ୍ୟାଙ୍କକୁ ଯାଇ ଦେଖିବାରେ ତାଙ୍କ ଆକାଂଟରୁ ୨୦ହଜାର ଟଙ୍କା ଲୁଟେରାମାନେ ଉଠାଇ ନେଇଥିବା ଜାଣି ପାରିଥିଲେ । ଏ ସମ୍ପର୍କରେ ସେ ମଧ୍ୟ ପିପିଲି ଥାନାରେ ଅଭିଯୋଗ କରିଛ”ି । ପୋଲିସ ଅଭିଯୋଗ ପାଇ ଅନୁସନ୍ଧାନ ଆରମ୍ଭ କରିଛି । ରାଜପଥ ରେ ଦିନକୁ ଦିନ ରାହାଜାନୀ ବୃଦ୍ଧି ପାଉଛି । ଅପରାଧୀମାନେ ପୋଲିସକୁ ଖୁଲମଖୁଲା ଚାଲେଂଜ ଦେଇ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛ”ି । ଏହାକୁ ନେଇ ରାଜପଥ ବ୍ୟବହାରକାରୀମାନେ ଏବେ ଚି”ିତ ହୋଇପଡିଛ”ି । ବିଶେଷ କରି ବିଭିନ୍ନ ଅଫିସରେ କାର୍ଯ୍ୟ କରୁଥିବା ମହିଳା, ଯୁବତୀମାନେ ଅଫିସ କାମ ସାରି ସଂଧ୍ୟା ସମୟରେ ଫେରୁଥିବାବେଳେ ରାଜପଥ ଲୁଟେରାଙ୍କ ଉତ୍ପାତରେ ସେମାନେ ନିଜକୁ ସୁରକ୍ଷିତ ମନେ କରୁନାହା”ି । ଧନଜୀବନ ହାନୀର ଭୟ ସେମାନଙ୍କ ମନରେ ରହୁଛି । ଲୁଟେରାମାନଙ୍କ କ୍ଷେତ୍ରରେ ଯେଉଁ ଭଳି ଢଙ୍ଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ତାହା କରୁନାହିଁ ବୋଲି ଜାଣିବା ଶୁଣିବା ମହଲ ଅଭିଯୋଗ କରୁଛ”ି । ଅପରାଧୀମାନେ ବେଶ ନିରାପଦରେ ଜାତୀୟ ରାଜପଥରେ ଲୁଟପାଟ ଭଳି ଘଟଣା ଘଟାଇ ଖସି ଯାଉଛ”ି । ଉଲ୍ଲେଖ ଯୋଗ୍ୟ, ଗତ ୨ତାରିଖରେ ପିପିଲି ଏନଏସିର ଜଣେ ମହିଳା କର୍ମଚାରୀ ମନସ୍ୱିନୀ ମହା”ି ବାଇକରେ ବସି ନିଜ ଘର ପୁରୀ ଯାଉଥିବାବେଳେ ସମସାଜପୁର ବ୍ରିଜ ନିକଟରେ ଦୁଇ ପଲସର ଆରୋହୀ ଲୁଟେରା ତାଙ୍କ ବାମ ପାଶ୍ୱର୍କୁ ଚାକିଅଅସି ଅନୁରୂପ ଢଙ୍ଗରେ ଭ୍ୟାନିଟି ଭିଡିନେବା ସମୟରେ ବାଇକରୁ ଖସିପଡିବାରୁ ମନସ୍ୱିନୀଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.