ଆସନ୍ତାବର୍ଷ ଆରମ୍ଭରେ କରୋନା ଟିକା ଉପଲବ୍ଧ ହେବ : ଡକ୍ଟର ହର୍ଷବର୍ଦ୍ଧନ

0 77

ନୂଆଦିଲ୍ଲୀ, : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ରାଜ୍ୟସଭାରେ ଆସନ୍ତାବର୍ଷ ଆରମ୍ଭରେ କରୋନା ଟିକା ଉପଲବ୍ଧ ହେବ ବୋଲି କହିଛନ୍ତି । ୨୦୨୧ ଆରମ୍ଭରେ ଭାରତରେ ଟିକା ମିଳିବା ସମ୍ଭାବନା ରହିଛି । ଏନେଇ ଆଜି ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ପ୍ରଦାନ କରିଛନ୍ତି ୟ ଟିକା ମିଳିବା ନେଇ ଏକ ସୁବିସ୍ତୃତ ଯୋଜନା କରାଯାଇଛି ବୋଲି ସେ କହିଛନ୍ତି । ଏହା ବ୍ୟତୀତ ଜୁଲାଇ-ଅଗଷ୍ଟ ମାସରେ ଭାରତରେ ୩୦ କୋଟି କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ୫୦-୬୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଭାରତରେ ପ୍ରତିଦିନ ୧୧ ଲକ୍ଷ କରୋନା ପରୀକ୍ଷା ହେଉଛି । ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ ପରୀକ୍ଷା ପ୍ରସଙ୍ଗରେ ଆମେ ଶୀଘ୍ର ଆମେରିକା ପଛରେ ରହିବୁ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତ କରୋନା ପରି·ଳନାରେ ଆଦୌ ବିଳମ୍ବ କରୁନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାନୁଆରୀ ୭ରେ କରୋନାର ପ୍ରଥମ ମାମଲା ବିଷୟରେ ଉଲ୍ଲେଖ କରିଥିଲା ଏବଂ ଆମେ ଜାନୁଆରୀ ୮ ରୁ ଜରୁରୀକାଳୀନ ବୈଠକ ଆରମ୍ଭ କରିଥିଲୁ । ଏହା ବ୍ୟତୀତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ଯେ କୋଭିଡର ମୃତ୍ୟୁହାର ବର୍ତ୍ତମାନ ଅନ୍ୟ ଦେଶ ତୁଳନାରେ ସର୍ବନିମ୍ନ (୧.୬୪ ପ୍ରତିଶତ) ଏବଂ ଏହି ମୃତ୍ୟୁହାରକୁ ଏକ ପ୍ରତିଶତରୁ କମ୍ କରିବା ସରକାରଙ୍କ ଲକ୍ଷ୍ୟ ।

Leave A Reply

Your email address will not be published.