ଓଲିଙ୍କ ମତିଭ୍ରମ ଘଟିଲାଣି!

0 82

ଡେରାଡୁନ୍ ଓ ନୈନିତାଲକୁ ନିଜର ବୋଲି ଦାବି କଲେ

ନୂଆଦିଲ୍ଲୀ, ୧୭ ।୯ : ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ମତିଭ୍ରମ ଘଟିବା ପରି ଜଣାପଡ଼ୁଛି । ନେପାଳ ବାରମ୍ବାର ଭାରତକୁ ଉସକାଇବାରେ ଲାଗିଛି । ପୂର୍ବରୁ ଭାରତୀୟ ଅଞ୍ଚଳ କଳାପାଣିକୁ ନିଜର ବୋଲି ଦାବି କରୁଥିବା ପ୍ରଧାନମନ୍ତ୍ରୀ ଓଲି ଏବେ ଗ୍ରେଟର୍ ନେପାଳ ଅଭିଯାନ ଆରମ୍ଭ କରିଛନ୍ତି । ନେପାଳରେ ଶାସନରେ ଥିବା ନେପାଳୀ କମ୍ୟୁନିଷ୍ଟ ପାର୍ଟି ଏହି ଅଭିଯାନ ଆରମ୍ଭ କରିଛ ଯାହାକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏହି ଅଭିଯାନରେ ନେପାଳ ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡ, ହିମାଚଲ ପ୍ରଦେଶ, ଉତ୍ତର ପ୍ରଦେଶ, ବିହାର ଓ ସିକ୍କିମର ମୁଖ୍ୟ ସହରକୁ ନିଜର ବୋଲି କହିଛି । ଏଥିପାଇଁ ୧୮୧୬ରେ ହୋଇଥିବା ସୁଗୋଲୀ ଚୁକ୍ତି ପୂର୍ବରୁ ନେପାଳର ମାନଚିତ୍ର ପ୍ରଦର୍ଶନ କରାଯାଇ ନାଗରିକଙ୍କୁ ଭ୍ରମିତ କରାଯାଉଛି । ଏପରିକି ଭାରତୀୟ ସହର ନୈନିତାଲ ଓ ଡେରାଡୁନକୁ ମଧ୍ୟ ନିଜର ବୋଲି ଦାବି କରିଛି ନେପାଳ । ଗ୍ରେଟର୍ ନେପାଳ ଅଭିଯାନରେ ବିଦେଶରେ ରହୁଥିବା ଅନେକ ନେପାଳୀ ଯୁବକ ମଧ୍ୟ ସାମିଲ ହୋଇଛନ୍ତି । ଏପରିକି ଗ୍ରେଟର୍ ନେପାଳ ନାମରେ ମଧ୍ୟ ସୋସିଆଲ ମିଡିଆରେ ପ୍ର·ର କରାଯାଉଛି । ଏହାସହ ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲରେ ଭାରତ ବିରୋଧରେ ବିଷୋଦଗାର କରାଯାଉଛି । ପାକିସ୍ତାନୀ ଯୁବକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ୟୁଟ୍ୟୁବ୍ ଗ୍ରୁପରେ ପରଭେଜ୍ ମୁଶାରପ, ନୱାଜ ସରିଫ ଓ ପାକିସ୍ତାନୀ ପତାକା ଫଟୋ ମଧ୍ୟ ଅପଲୋଡ୍ କରାଯାଉଛି । ଭାରତ-ନେପାଳ ସମ୍ବନ୍ଧରେ ଗବେଷଣା କରୁଥିବା ଯଶୋଦା ଶ୍ରୀବାସ୍ତବ କହିଛନ୍ତି ଯେ, ନେପାଳରେ କମ୍ୟୁନିଷ୍ଟ ପାର୍ଟି ସରକାରକୁ ଆସିବା ପରେ ଗ୍ରେଟର୍ ନେପାଳ ଦାବି ଜୋର୍ ଧରିଛି । ୨୦୧୯ ଏପ୍ରିଲରେ ନେପାଳ ଏହାକୁ ୟୁଏନରେ ଉଠାଇଥିଲା ।

Leave A Reply

Your email address will not be published.