ଟେକ୍ନୋ ପକ୍ଷରୁ ସ୍ପାର୍କର୍-୬ ଏୟାର ନୂଆ ସ୍ମାର୍ଟଫୋନ୍ର ବଜାର ପ୍ରବେଶ

0 78

ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍୍ ଇଣ୍ଡିଆର ସ୍ପାର୍କ ସିରିଜ୍ର ନୂଆ ସ୍ମାର୍ଟଫୋନ୍ ସ୍ପାର୍କର୍-୬ ଏୟାରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ନୂତନ ସ୍ମାର୍ଟଫୋନ୍ର ୩ଟି ଭ୍ୟାରିଆଂଟ୍ରେ ଉପଲବ୍ଧ ହେଉଛି । ଏହାର ବିକ୍ରି ୨୦୨୦ ସେପ୍ଟେମ୍ବର ୨୫ ତାରିଖଠାରୁ ଆମାଜନରେ ଆରମ୍ଭ ହେବ । ସ୍ପାର୍କ-୬ ଏୟାରର ୩ଜିବି ରାମ ଏବଂ ୬୪ ଜିବି ରମ୍ ଭ୍ୟାରିଆଂଟ୍ର ମୂଲ୍ୟ ୮,୬୯୯ ଟଙ୍କା ରହିଛି । ଏଥିରେ ୭ ଇଂଚଞ୍ଚ ଡଟ୍ ନଚ୍୍ ଏଚଡି ଡିସ୍ ପ୍ଲେ , ୭୧୬ ଘଂଟାର ଷ୍ଟାଣ୍ଡ୍ ବାଏ,୩୭ ଘଂଟାର କଲିଂ, ୨୧ ଘଂଟାର ଇଂଟରନେଟ୍ ଏବଂ ୱାଇ-ଫାଇ, ୧୩୪ ଘଂଟାର ମ୍ୟୁଜିକ୍, ୧୯ ଘଂଟାର ଗେମିଂ, ୨୩ ଘଂଟାର ଭିଡ଼ିଓ ପ୍ଲେ ବ୍ୟାକ୍, ୪ ଦିନର ବ୍ୟାଟେରୀ ବ୍ୟାକ୍ଅପ୍, ୬୦୦୦ ଏମ୍ଏଏଚ୍ ବ୍ୟାଟେରୀ, ୧୩ ଏମ୍ପି କ୍ୟାମେରା ଏବଂ ୧ଟିବି ବର୍ଦ୍ଧିତ ମେମୋରୀ ଆଦି ବୈଶିଷ୍ଟ୍ୟ ରହିଛି । ସ୍ପାର୍କ-୬ ଏୟାରରେ ହେଲିଓ ଏ-୨୫ ଅକ୍ଟାକୋର୍ ୧.୮ ଜିଏଚ୍ଜେଡ୍ ପ୍ରୋସେସର୍, ନନ୍-ହାଇବ୍ରିଡ୍ ଟ୍ରିପଲ୍ କାର୍ଡ ସ୍ଲଟ୍ ସୁବିଧା ରହିଛି । ଏହି ନୂଆ ସ୍ମାର୍ଟଫୋନ୍ରେ ୭ ଇଂଚ ଏଚ୍ଡି ପ୍ଲସ୍ ଡିସ୍ପ୍ଲେ, ୭୨୦୍‍ ୧୬୪୦ ରିଜୋଲ୍ୟୁଶନ,୨୦.୫:୯ ଆସପେକ୍ଟ୍ ରେସିଓ, ୪୮୦ ନିଟ୍ସ୍ ବ୍ରାଇଟ୍ନେସ୍ ଆଦି ସୁବିଧା ରହିଛି । ଏଥିରେ ଟ୍ରିପଲ ରିୟର ଏଆଇ କ୍ୟାମେରା,୧୩ ଏମ୍ପି ପ୍ରାଇମେରୀ କ୍ୟାମେରା,୮ ଏମ୍ ପି ସେଲଫି କ୍ୟାମେରା ଏଫ୍-୧.୮ ଆପରେଚର, ୨ଏମ୍ପି ଡେପଥ୍ ସେନସର, କ୍ୱାଡ ଫ୍ଲାଶ୍,ଏଆଇ ଅଟୋ-ସିନ୍ ଡିଟେକଶନ୍ ମୋଡ୍, ବୋଖେ ମୋଡ୍, ଏଆଇ ଏଚ୍ଡିଆର୍ ମୋଡ୍, ଡକୋମେଂଟ୍ ସ୍କାନ୍, ବିୟୁଟି ମୋଡ୍ ଆଦି ସୁବିଧା ରହିଛି । ସୁରକ୍ଷା ପାଇଁ ଏଥିରେ ଫେସ୍ ଅନ୍ ଲକ୍-୨.୦, ସ୍ମାର୍ଟ ଫିଙ୍ଗର ପ୍ରିଂଟ୍ ସେନସର ସୁବିଧା ରହିଛି ।

Leave A Reply

Your email address will not be published.