ଲାଞ୍ଚ ନେବା ମାମଲାରେ ସିବିଆଇର ପୂର୍ବତନ ଅଧିକାରୀ ଗିରଫ

0 125

ନୂଆଦିଲ୍ଲୀ, ୪ ।୧୦: ଲାଞ୍ଚ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ନିଜର ପୂର୍ବତନ ଅଧିକାରୀଙ୍କୁ ଗିରଫ କରିଛି । ସିବିଆଇ ଶନିବାର ଏହାର ପୂର୍ବତନ ଅଧିକାରୀ ଏନଏମପି ସିହ୍ନାଙ୍କୁ ଗିରଫ କରିଛି । ଏନଏମପି ସିହ୍ନା ଗତ ମାସରେ ସିବିଆଇ ସେବାରୁ ଅବସର ନେଇଥିଲେ । ସିବିଆଇ ଅଧିକାରୀ ଏନଏମପି ସିହ୍ନାଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ଗୋଟିଏ ମାମଲାରେ ସିହ୍ନା ୨୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ, ସିହ୍ନା ଏହି ଘଟଣାର ତଦନ୍ତକୁ ପ୍ରଭାବିତ କରିବାକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ । ଏହି ମାମଲାରେ ଅଭିଯୋଗ ପାଇବା ପରେ ସିବିଆଇ ସିହ୍ନାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତେବେ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ଯେ କେଉଁ ପରିସ୍ଥିତିରେ ସିହ୍ନା ଲାଞ୍ଚ ନେଇଥିଲେ । କୁହାଯାଉଛି ଯେ ଏନଏମପି ସିହ୍ନା ମଧ୍ୟ ସିବିଆଇର ନିର୍ଦ୍ଦେଶକ ଥିବା ରାକେଶ ଆସ୍ଥାନାର ସ୍ପେଶାଲ ଡ୍ୟୁଟି (ଓଏସଡି) ର ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି । ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଗତ ମାସରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ଡିଜି କରାଯାଇଥିଲା ।

Leave A Reply

Your email address will not be published.