୩ ମାସରେ ମିଳିବ କରୋନା ଟିକା !

0 76

ଲଣ୍ଡନ, ୪ ।୧୦: ମହାମାରୀ କରୋନା ସଂକ୍ରମଣ ସମୟରେ ଟିକାକୁ ନେଇ ଅନିଶ୍ଚିତତା ଦେଖାଦେଇଥିବାବେଳେ ବ୍ରିଟେନରୁ କିନ୍ତୁ ଆସିଛି ଏକ ଆଶ୍ୱସ୍ତିକର ଖବର । ଆସନ୍ତା ୩ ମାସ ଭିତରେ ସାଧାରଣ ଲୋକଙ୍କ ପାଇଁ କରୋନାକୁ ମାତ ଦେଇପାରୁ ଥିବା ଟିକା ବଜାରକୁ ଆସିବ । ବ୍ରିଟେନ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । ବ୍ରିଟେନରେ କରୋନା ଟିକା ଉପରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କ ମତକୁ ଉଦ୍ଧାର କରି ଟାଇମ୍ସରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇଛି । ଏଥିରେ ପ୍ରକାଶିତ ଖବର ଅନୁଯାୟୀ, ଅକ୍ସଫୋର୍ଡ ଟିକା ଉପରେ ବୈଜ୍ଞାନିକମାନେ କାମ ଜାରି ରଖିଛନ୍ତି । ସେମାନଙ୍କର ଆଶା ୩ ମାସରୁ ବି କମ ସମୟରେ ଏହି ଟିକାକୁ ସରକାରଙ୍କ ମଞ୍ଜୁରୀ ମିଳିବ । ଏହାପରେ ଏହା ବଜାରକୁ ପ୍ରବେଶ କରିବ । ବିଶେଷଜ୍ଞମାନଙ୍କ ଆକଳନର ଯଥେଷ୍ଟ ପୂର୍ବରୁ ହିଁ ଦେଶରେ କରୋନା ଟିକା ପ୍ରଦାନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବ । ତେବେ ପ୍ରାଥମିକ ପର୍ଯ୍ୟାୟରେ ଶିଶୁମାନଙ୍କୁ ଏହି କାର୍ଯ୍ୟକ୍ରମରୁ ବାଦ ଦିଆଯିବ । କିନ୍ତୁ ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ଦେଇ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ୬ ମାସ ମଧ୍ୟରେ ହିଁ ସମସ୍ତଙ୍କୁ ଟିକା ଦିଆଯିବ । ଦି ୟୁରୋପିଆନ ମେଡିସିନ୍ସ ଏଜେନ୍ସି(ଇଏମଏ) ଗୁରୁବାର ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଟିକାର ସମୀକ୍ଷା କରିଛି । କେବେ ଠିକ୍ ଭାବେ ଏହି ଟିକା ଲୋକଙ୍କ ପାଖରେ ପହଞ୍ଚି ପାରିବ, ତା’ର ସମୀକ୍ଷା ଇଏମଇ କରିଛି ।

Leave A Reply

Your email address will not be published.