ବିଡିଓଙ୍କ ନାମରେ ମିଥ୍ୟା ଗୁଜବ

0 69


ମାଲକାନଗିରି, ଡୁମାଣୀଖବର : ଚିତ୍ରକୋଣ୍ଡା ବ୍ଲକକୁ ବିଡ଼ିଓ ଲରୀମନ ଖରସେଲ ଆସିବା ପରେ ବିଛିନାଞ୍ଚଳ ସମ୍ପୂର୍ଣ୍ଣ ଭାବେ ସ୍ୱାଭିମାନ ଅଞ୍ଚଳରେ ପରିଣତ ହୋଇଥିଲା । ବିଭିନ୍ନ ସମୟରେ ଉନ୍ନୟନ ମୂଳକ କାର୍ଯ୍ୟ କରି ଚିତ୍ରକୋଣ୍ଡା ବିଡ଼ିଓ ଲରୀମନ ଖରସେଲ ଚର୍ଚ୍ଚାକୁ ଆସିଥିଲେ । ସେ ପ୍ରଥମ କରି ସ୍ୱାଭିମାନ ଅଞ୍ଚଳର ଅପହଞ୍ଚ ଇଲାକା ଧୂଳିପୁଟ ଯେଉଁଠି ସେତେବେଳେ ମାଓବାଦୀ ସକ୍ରିୟ ଥିଲେ । ମାଓ ଅଧ୍ୟୁଷିତ ପଞ୍ଚାୟତକୁ ପ୍ରଥମେ ସେ ପ୍ରଶାସନିକ ଅଧିକାରୀ ଭାବେ ପହଁଞ୍ଚି ଚର୍ଚ୍ଚାରେ ଥିଲେ । ଏମଜିଏନଆରଜିଏସର କୌଣସି କାର୍ଯ୍ୟ ପୂର୍ବରୁ ବିଛିନାଞ୍ଚଳରେ ପହଞ୍ଚୁନଥିଲା କିନ୍ତୁ ସେ ଆସିବା ପରେ ଏହି କାର୍ଯ୍ୟ କଣ ବିଛିନ୍ନାଞ୍ଚଳବାସୀ ଜାଣିଥିଲେ । ଏଥିପାଇଁ ସେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରି ଚର୍ଚ୍ଚାରେ ଥିଲେ । କିନ୍ତୁ ବର୍ତ୍ତମାନ କିଛି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଦନାମ କରାଯାଉଥିବା କହିଛନ୍ତି ଚିତ୍ରକୋଣ୍ଡା ବିଡ଼ିଓ । ସେ ପୂର୍ବରୁ ମଧ୍ୟ ବହୁତ ଆଲବମରେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ତାଙ୍କର ଘୁରି ବୁଲୁଥିବା ଏହି ଭିଡିଓ ଆଲବମରେ ନାୟକ ଭାବେ ଅଭିନୟ କରୁଥିବା ହିରୋ ଜଣକ ହେଲେ ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲ । ଗତ ଅଗଷ୍ଟ ୨୦୧୮ରେ ଚିତ୍ରକୋଣ୍ଡା ବିଡିଓ ଭାବେ ସେ ଯୋଗ ଦେଇଥିଲେ । ଏହି କ୍ଲାସ-୧ ଓଏଏସ ଅଧିକାରୀ ଜଣକ ଯୋଗ ଦେବା ଦିନ ଠାରୁ ସଫଳତାକୁ ନେଇ ବେଶ ଚ·ର୍ରେ ରହି ଆସୁଛନ୍ତି ବାବୁ ଲରିମନ । କିନ୍ତୁ ଚିତ୍ରକୋଣ୍ଡା ବିଡ଼ିଓ ବର୍ତ୍ତମାନ ଯେ ଆଲବମ କରି ଚର୍ଚ୍ଚାରେ ଅଛନ୍ତି । ତାହାର ପ୍ରତିକ୍ରିୟା ନେବାକୁ ଆମେ ଚିତ୍ରକୋଣ୍ଡା ବିଡ଼ିଓଙ୍କ ମତ ନେଇଥିଲୁ । ସେ କହିବାନୁଯାୟୀ ସେହି ଆଲବମଟିକୁ ସେ ଅବସର ସମୟରେ କରିଥିବା କହିଛନ୍ତି । ଆଗରୁ ମଧ୍ୟ ୩ ରୁ ୪ ଟି ଆଲବମ କରିଛନ୍ତି । ସେ କଳା କ୍ଷେତ୍ରରେ କୋର୍ସ କରି ଏହି ଆଲବମ ଗୀତଟିକୁ ସବୁ ଛୁଟି ସମୟରେ କରିଥିବା ନେଇ ନିଜର ମତ ଦେଇଛନ୍ତି । ଏହି ଆଲବମ ଟିକୁକୁ ସେ ଗତବର୍ଷ ୨୦୧୯ ମସିହାରେ କରିଛନ୍ତି । କୋଭିଡର କୌଣସି ନିୟମକୁ ଭଙ୍ଗ ସେ କରିନାହାନ୍ତି । କୋଭିଡ ସମୟରେ ଚିତ୍ରକୋଣ୍ଡା ଇକୋ ପାର୍କ ବନ୍ଦ ଥିବା ସେ କହିଛନ୍ତି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ତେଣୁ ଏହି ସୌନ୍ଦର୍ଯ୍ୟକୁ ସାରା ଓଡ଼ିଶାରେ କିପରି ଲୋକେ ଦେଖିବେ ସେ ନେଇ ସେ ଏହି ଆଲବମ ଭିଡିଓ ଟିକୁ ପ୍ରସ୍ତୁତ କରିଥିବା କହିଛନ୍ତି । ଏହାଦ୍ୱାରା ଯେପରି ଚିତ୍ରକୋଣ୍ଡା ଅଞ୍ଚଳକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିପାରିବ ତେଣୁ ସେ ଏହାକୁ ଆଖି ଆଗରେ ରଖି ଏହି ଆଲବମ ଭିଡିଓଟିକୁ ଚିତ୍ରକୋଣ୍ଡାରେ ସୁଟିଂ କରିଥିବା ସେ କହିଛନ୍ତି । କିଛି ମନ୍ଦ ଉଦ୍ଦେଶ୍ୟ ରଖି ଏପରି କରାଯାଉଥିବା ଅଞ୍ଚଳବାସୀ ନିଜର ମତ ରଖିଛନ୍ତି । ଏହାସହ ଆଗାମୀ ଦିନରେ ମଧ୍ୟ ଏପରି ଆଲବମ ଭିଡିଓ ପ୍ରସ୍ତୁତ ହେଲେ ତାକୁ ଦେଖି ବିଭିନ୍ନ ନିର୍ଦ୍ଦେଶକଙ୍କର ସୁଅ ଛୁଟିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.