ଦୀପିକାଙ୍କୁ ଜେରା କରିଥିବା ଏନସିବି ଅଧିକାରୀ କରୋନା ସଂକ୍ରମିତ

0 67

ମୁମ୍ବାଇ, ୪ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଡେପୁଟି ଡାଇରେକ୍ଟର କେପିଏସ୍ ମାଲହୋତ୍ରା କରୋନା ସଂକ୍ରମିତ ହୋଇଛନ୍ତି । ମାଲହୋତ୍ରା ସୁଶାନ୍ତ ସିଂ ରାଜପୁତ ମାମଲା ସହ ଜଡିତ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିଲେ । କରୋନା ଭୂତାଣୁ ସଂକ୍ରମିତ ହେବା ପରେ ମାଲହୋତ୍ରା ମୁମ୍ବାଇରୁ ଦିଲ୍ଲୀ ଫେରିଛନ୍ତି । ପ୍ରକାଶ ଥାଉ ଯେ ସୁଶାନ୍ତ ସିଂ ମାମଲାରେ ଡ୍ରଗ୍ସ ଲିଙ୍କରେ ବଲିଉଡର ଅନେକ ପ୍ରସିଦ୍ଧ ଅଭିନେତା ଅଭିନେତ୍ରୀ ଏନସିବି ରାଡାରରେ ଅଛନ୍ତି । ନିକଟରେ ବ୍ୟୁରୋ ରାକୁଲପ୍ରୀତ ସିଂ, ଦୀପିକା ପାଦୁକୋନ, ସାରା ଅଲି ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ଡକାଇଥିଲା । ସୂଚନାଯୋଗ୍ୟ, ଏନସିବିର ଏସଆଇଟି ଦଳ ଦ୍ୱାରା ଦୀପିକାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା । ଦଳର ନେତୃତ୍ୱ ନେଉଛନ୍ତି କେପିଏସ୍ ମାଲହୋତ୍ରା । ସେପ୍ଟେମ୍ବର ୨୬ରେ ଦୀପିକା ପାଦୁକୋନଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା ।

Leave A Reply

Your email address will not be published.