ଜୁଲାଇ ସୁଦ୍ଧା ୨୫ କୋଟି ଭାରତୀୟଙ୍କ ପାଖରେ ପହଞ୍ଚିବ କରୋନା ଟିକା

0 67

ନୂଆଦିଲ୍ଲୀ, ୪ ।୧୦: ମହାମାରୀ କରୋନାକୁ ଟିକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ବଡ଼ ଘୋଷଣା କରିଛନ୍ତି । କରୋନା ଟିକା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ ସେ ଏହା ଲୋକଙ୍କ ପାଖରେ କେବେ ପହଞ୍ଚିବ, ତା’ର ସୂଚନା ଦେଇଛନ୍ତି । ସେ କହିଛନ୍ତି, କରୋନା ଟିକା ଉପରେ ଉଚ୍ଚସ୍ତରୀୟ ବୈଜ୍ଞାନିକମାନେ କାମ କରୁଛନ୍ତି । ସେମାନେ ଟିକାର ସବୁ ଦିଗକୁ ପରୀକ୍ଷା କରିବାରେ ଲାଗିଛନ୍ତି । ଭାରତରେ ଏକାଧିକ ଟିକାର ମାନବ ପରୀକ୍ଷଣ କରାଯାଉଛି । ଆମର ପ୍ରାଥମିକ ଆକଳନ ଅନୁଯାୟୀ, ୨୦୨୧ ଜୁଲାଇ ଶେଷ ସୁଦ୍ଧା ଆମ ପାଖରେ ୪୦୦ରୁ ୫୦୦ ମିଲିୟନ କରୋନା ଟିକାର ଡୋଜ୍ ପହଞ୍ଚି ଯିବ । ଏହି ଟିକାକୁ ପ୍ରାୟ ୨୫ କୋଟି ଲୋକଙ୍କୁ ଦିଆଯିବ । ସୋଶାଲ ମିଡିଆରେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ରାଜ୍ୟମାନଙ୍କ ସହ ସ୍୍ୱାସ୍ଥ୍ୟ ମନ୍ତ୍ରଣାଳୟ ମିଳିତ ଭାବେ କରୋନା ଟିକା ବଣ୍ଟନ ସମ୍ପର୍କରେ ଆଲୋଚନା କରୁଛନ୍ତି । ଯେଉଁ ରାଜ୍ୟରେ ଅଧିକ ସଂଖ୍ୟକ ସମ୍ବେଦନଶୀଳ ଗୋଷ୍ଠୀ ଥିବେ ସେହି ରାଜ୍ୟକୁ ପ୍ରଥମେ କରୋନା ଟିକା ପ୍ରଦାନ କରାଯିବ । ଭାରତ ସରକାରଙ୍କ ପାଖରେ ଟିକା ପହଞ୍ଚିବା ପରେ ଏହାକୁ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ପ୍ରଦାନ କରାଯିବ । କରୋନା ଆକ୍ରାନ୍ତଙ୍କ ସହ ସମ୍ମୁଖ ଭାଗରେ ରହି ଲେଇ କରୁଥିବା ଲୋକଙ୍କୁ ଅକ୍ଟୋବର ଶେଷ ସୁଦ୍ଧା ଚିହ୍ନଟ କରାଯିବ । ରାଜ୍ୟମାନେ ସେମାନଙ୍କ ତାଲିକା ଖୁବଶୀଘ୍ର ଦାଖଲ କରିବେ ବୋଲି ସେ କହିଛନ୍ତି । ରୁଷ ପ୍ରସ୍ତୁତ କରିଥିବା କରୋନା ଟିକା ସ୍ପୁଟନିକ-ଭିର ପରୀକ୍ଷା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଏହି ପ୍ରସଙ୍ଗ ଏବେ ବି ବିଚରାଧିନ ରହିଛି । ଏଯାଏ ସ୍ପୁଟନିକ-ଭିର ଫେଜ୍ ୩ ଟ୍ରାଏଲ କରିବାକୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହ ।

Leave A Reply

Your email address will not be published.