ଅକ୍ଟୋବର 16 ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ : ସ୍କାଏମେଟ୍‌

0 60

ଭୁବନେଶ୍ବର : ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ସେପ୍ଟେମ୍ଵର ଶେଷ ସପ୍ତାହ ଓ ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । କିନ୍ତୁ ଏବେ ବର୍ଷା ଥମି ନଥିବାବେଳେ ବଙ୍ଗୋପସାଗରରେ ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଆସନ୍ତା 9 ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାବେଳେ 16 ତାରିଖ ବେଳକୁ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ କହିଛି । ଏହା ଫଳରେ ଅକ୍ଟୋବର ମାସରେ ଓଡ଼ିଶାରେ ବର୍ଷା ଜାରି ରହିବାର ସମ୍ଭାବନା ରହିଛି । ସ୍କାଏମେଟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଅକ୍ଟୋବର ମାସର ପରବର୍ତ୍ତୀ ଦିନଗୁଡ଼ିକରେ ଆଉ କେତେକ ଲଘୁଚାପ ହେବାର ସମ୍ଭାବନାକୁ ଅସ୍‌ୱୀକାର କରାଯାଇନପାରେ । ତେବେ ଏଥିପାଇଁ ଆମକୁ ଆଉକିଛି ଦିନ ଅପେକ୍ଷା କରିବାକୁ ହେବ । ସ୍କାଏମେଟ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଅକ୍ଟୋବର ମାସରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିବା ଆରମ୍ଭ କରେ । ତଥାପି ସମୁଦ୍ରର ତାପମାତ୍ରା ଅଧିକ ଥାଏ । ଫଳରେ ସମୁଦ୍ରରେ ଲଘୁଚାପ ସୃଷ୍ଟି ହୁଏ । ଏହି କାରଣରୁ ଅକ୍ଟୋବର ମାସରେ ହିଁ ବଙ୍ଗୋପସାଗରରେ ଅଧିକାଂଶ ବାତ୍ୟା ଆସିଥାଏ । ପୂର୍ବରୁ 1999ରେ ମହାବାତ୍ୟା, 2013ରେ ଫାଇଲିନ, 2014ରେ ହୁଡହୁଡ ଓ 2018ରେ ତିତିଲି ବାତ୍ୟା ଏହି ମାସରେ ହିଁ ଆସିଥିଲା ।

Leave A Reply

Your email address will not be published.