ରାଜ୍ୟର ୨ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

0 62

ଆଜିଠୁ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର: ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ଲାଗି ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ହେଉଛି ଅକ୍ଟୋବର ୧୬ । ପ୍ରାର୍ଥିପତ୍ର ଯାଞ୍ଚ ଅକ୍ଟୋବର ୧୭ରେ ହେବ। ସେହିପରି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର ୧୯। ଏହା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାପ୍ରକାଶ ପାଇବ। ନଭେମ୍ବର ୩ରେ ଭୋଟ୍ ଗ୍ରହଣ ହେବ ଓ ନଭେମ୍ବର ୧୦ରେ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। କୋଭିଡ୍ କଟକଣା ଭିତରେ ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। କରୋନା ଆକ୍ରାନ୍ତ ମଧ୍ୟ ଭୋଟ୍ ଦେଇପାରିବେ। ଶେଷ ୧ ଘଣ୍ଟାରେ ସେମାନଙ୍କ ପାଇଁ ଭୋଟ୍ ଦେବାର ବ୍ୟବସ୍ଥା କରାଯାଉଛି। ବୁଥ୍‌ରେ ଗହଳି ଏଡ଼ାଇବାକୁ ପ୍ରତି ହଜାରେ ଭୋଟରଙ୍କ ପାଇଁ ହେବ ଗୋଟିଏ ମତଦାନ କେନ୍ଦ୍ର। ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯିବ ସହିତ ମାସ୍କ ଓ ସାନିଟାଇଜର୍ ବ୍ୟବସ୍ଥା ମଧ୍ୟ କରାଯିବ। କରୋନା କଟକଣା ମାନି ଭୋଟରମାନେ ମତାଧିକାର ସାବ୍ୟସ୍ତ କରିବେ। ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀ, ୮୦ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ କରୋନା ସଂକ୍ରମିତମାନେ ପୋଷ୍ଟାଲ ବାଲଟ୍‌ରେ ନିଜର ମତଦାନ କରିବେ।

Leave A Reply

Your email address will not be published.