ବର୍ଷା ତାଣ୍ଡବ, ନେଲା ୨୭ ଜୀବନ

0 78

ମୁମ୍ବାଇ: ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ ଲଗାଣ ବର୍ଷା ତାଣ୍ଡବ ରଚିଛି । ଦୁଇଦିନ ହେଲା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଅବିଶ୍ରାନ୍ତ ବର୍ଷା ଯୋଗୁ ୨୭ ଜଣଙ୍କ ଜୀବନ ଗଲାଣି । ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବା ବେଳେ ଲକ୍ଷାଧିକ ଲୋକ ପାଣି ଘେରରେ ରହିଛନ୍ତି । ବିଶେଷକରି ପୁଣେ, ସୋଲାପୁର, ସଙ୍ଗଲି, ସତାରା ଓ କୋହ୍ଲାପୁରରେ ଦୁଇ ଦିନ ହେଲା ଲାଗି ରହିଥିବା ବର୍ଷା ସାଧାରଣ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ଅଧିକାରୀଙ୍କ କହିବା କଥା, ବର୍ତ୍ତମାନ ସୁଦ୍ଧ ବର୍ଷାଜନିତ ଅଘଟଣରେ ପୁଣେ,ସୋଲାପୁର ଓ ସଙ୍ଗଲିରେ ୨୭ ଜଣଙ୍କ ଜୀବନ ଯାଇଛି । ଏହି ୩ଟି ଜିଲ୍ଲାର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ମୁମ୍ବାଇ ସହରରେ ମଧ୍ୟ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ·ଲୁଛି । ସୋଲାପୁରରେ ବନ୍ୟା ସ୍ଥିତି ଗମ୍ଭୀର ହେଉଥିବାରୁ ବର୍ତ୍ତମାନ ସୁଦ୍ଧା ୧୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । କେବଳ ପାନ୍ଧରପୁର ତହସିଲର ୪୬ଟି ଗାଁରୁ ୧୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛିୟ ଏଠାରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆହୁରି ୨ ଦିନ ମହାରାଷ୍ଟ୍ରର ବିଭିତ୍ତ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଥିବାରୁ ଲୋକଙ୍କ ଚିନ୍ତା ବଢ଼ିଛି । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁ କର୍ଣ୍ଣାଟକ ସ୍ଥିତି ମଧ୍ୟ ସଂଗୀନ ହୋଇଛି । ରାଜ୍ୟର ଉତ୍ତରାଞ୍ଚଳର ଏକାଧିକ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି । ଲଗାଣ ବର୍ଷା ସାଙ୍ଗକୁ ଏକାଧିକ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ କର୍ଣ୍ଣାଟକାବାସୀଙ୍କ ଚିନ୍ତା ବଢ଼ିଛି । କାଲୁବର୍ଗି ଜିଲ୍ଲା ଅଫଜଲପୁରରେ ଥିବା ସୋନା ବ୍ୟାରେଜରୁ ଭୀମା ନଦୀକୁ ୫,୧୧,୦୦୦ କ୍ୟୁସେକ ଜଳ ଛଡ଼ା ଯାଉଥିବାରୁ ବନ୍ୟା ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବର୍ତ୍ତମାନ ସୁଦ୍ଧା ୟାଦଗିର, ରାଇଚୁର, ବଲ୍ଲାରୀ, ବିଦାର, ବିଜୟାପୁରା, ବାଗାଲକୋଟ, ବେଲାଗାଭି, ଦକ୍ଷିଣ କତ୍ତଡ, ଉଡୁପି, ଉତ୍ତର କତ୍ତଡ, ଗାଡଗ, କୋପାଲ, ହାଭେରି ଓ ଧରୱାଡ ବନ୍ୟା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛିୟ ବନ୍ୟାରେ ୫୧୫ଟି ପଶୁଜନ୍ତୁ ପ୍ରାଣ ହରାଇଥିବା ବେଳେ ୪,୭୮୨ ଜଣ ଲୋକଙ୍କୁ ୩୬ଟି ରିଲିଫ କ୍ୟାମ୍ପକୁ ପଠାଯାଇଛି ।

Leave A Reply

Your email address will not be published.