“ଆହ୍ଲା ହୁ ଆକବର’ କହି ପୋଲିସ ଉପରେ ଛୁରାମାଡ କଲା ୧୬ ବର୍ଷର ବାଳକ

0 74

ନୂଆଦିଲ୍ଲୀ : ଫ୍ରାନ୍ସ ପରେ ଏବେ ରୁଷରେ ୧୬ ବର୍ଷୀୟ ଜଣେ କିଶୋର ‘ଆହ୍ଲା ହୁ ଆକବର’ କହି ଜୋରରେ ପାଟିକରି ପୋଲିସ ଉପରେ ଛୁରିମାଡ କରିଛି । ଯୁବକ ଜଣକ ପୋଲିସ୍ ଉପରେ ୩ଥର ଆକ୍ରମଣ କରିବା ଫଳରେ ଅନ୍ୟ ପୋଲିସ କର୍ମ·ରୀମାନେ ଯୁବକଟିକୁ ଗୁଳି କରିଥିଲେ ଯାହାଫଳରେ ପୋଲିସ ଗୁଳିରେ ଯୁବକ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଫ୍ରାନ୍ସ ଓ ସାଉଦି ଆରବ ପରେ ଏବେ ରୁଷରେ ଘଟିଛି ଏଭଳି ଘଟଣା । ଏହା ପୂର୍ବରୁ ସାଉଦି ଆରବରୁ ଖବର ଆସିଥିଲା ଯେ, ଫ୍ରାନ୍ସର କନସୁଲେଟ୍ ବାହାରେ ଗାର୍ଡକୁ ଛୁରି ମାରି ଦିଆଯାଇଥିଲା । ଗୁରୁବାର ଫ୍ରାନ୍ସର ନିସୋରେ ଏକ ଟ୍ୟୁନିସିଆର ଆକ୍ରମଣକାରୀ ୩ଜଣ ଲୋକଙ୍କୁ ହତ୍ୟା କରିଥିଲା । ରୁଷର ସମା·ର ଏଜେନ୍ସି ସୂଚନା ଅନୁସାରେ ଏହି ଯୁବକ ଜଣକ ଛୁରି ଓ ପେଟ୍ରୋଲ ବମ୍ ମଧ୍ୟ ରଖିଥିଲା । ସେ ପୋଲିସ ଉପରେ ପଛପଟୁ ୩ଥର ଘାତକ ଆକ୍ରମଣ କରିଥିଲା । ଏହି ଘଟଣା ରୁଷର କୁକମୋର ସହରର ବୋଲି କୁହାଯାଉଛି । ରୁଷର କୁକୁମୋର ସହରର ବୋଲି କୁହାଯାଉଛି । ରୁଷର ଏହି ଅଞ୍ଚଳ ମୁସଲମାନ ବହୁଳ ଓ ଏଠାରେ ଫ୍ରାନ୍ସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ରୁଷର ତଦନ୍ତକାରୀ ଏଜେନ୍ସି ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଥିଲେ ।

Leave A Reply

Your email address will not be published.