ଆଜି ଆମେରିକା ନିର୍ବାଚନ

0 74

ସର୍ଭେ ରିପୋର୍ଟରେ ବିଡେନଙ୍କ ଠାରୁ ଟ୍ରମ୍ପ ପଛରେ

ମିଚିଗାନ: ଆସନ୍ତାକାଲି ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ପଡ଼ିବ । ଏହାପୂର୍ବରୁ ନଭେମ୍ବର ୧ ତାରିଖରେ ପ୍ରକାଶ ପାଇଛି ସର୍ଭେ ରିପୋର୍ଟ । ଦୁଇ ଦଳ ଡେମୋକ୍ରାଟିକ୍ ଏବଂ ରିପବ୍ଲିକିଆନ୍ ପାର୍ଟି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାପଡ଼ିଛି । ରାଷ୍ଟ୍ରପତି ହେବା ପାଇଁ ଦୁଇ ଦଳର ଭୋଟ୍ ବ୍ୟବଧାନ ଅଳ୍ପ ରହିବ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ୪ଟି ରାଜ୍ୟର ସର୍ଭେରେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କୁ ଅଧିକ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । ରିପବ୍ଲିକିଆନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତୁଳନାରେ ୧୦ ପ୍ରତିଶତ ଅଧିକ ଭୋଟ୍ ବିଡେନଙ୍କୁ ମିଳିବ ବୋଲି ଆକଳନ କରାଯାଉଛି । ବିଡେନଙ୍କ ପାଖରେ ଟ୍ରମ୍ପଙ୍କ ଅପେକ୍ଷା ୨୭୦ ଭୋଟ୍ ଅଧିକ ରହିବ ବୋଲି ଜଣାପଡ଼ିଛି । ଆମେରିକାର ଏନବିସି ନ୍ୟୁଜ୍ ଏବଂ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ସର୍ଭେରେ ୪୨% ଟ୍ରମ୍ପଙ୍କ ଠାରୁ ଜୋ ବିଡେନଙ୍କୁ ପସନ୍ଦ କରୁଥିବା ଦର୍ଶାଇଛନ୍ତି । ୧୨ଟି ସ୍ଥାନ ଆରିଜୋନା, ଫ୍ଲୋରିଡା, ଜର୍ଜିଆ, ଆଇୱା, ମେନ୍, ମିଚିଗାନ୍, ମିନେସୋଟା, ଉତ୍ତର କାରୋଲିନା, ନ୍ୟୁ ହାମ୍ପସାୟର୍, ନେଭାଡା, ପେନସିଲଭାନିଆ ଏବଂ ୱିସ୍କୋସିନରେ ବିଡେନ ଟ୍ରମ୍ପଙ୍କଠାରୁ ୫୧ ପ୍ରତିଶତ ଆଗରେ ରହିଛନ୍ତି । ସେହିପରି ଟ୍ରମ୍ପଙ୍କ ସପକ୍ଷରେ ୪୫ ପ୍ରତିଶତ ଭୋଟ୍ ରହିଥିବା ଜଣାପଡିଛି । ଏହି ସର୍ଭେରେ ଭାଗ ନେଇଥିବା ବ୍ୟକ୍ତି ପ୍ରଥମଥର ପାଇଁ ଭୋଟ୍ ଦେବେ ବୋଲି ଜଣାପଡ଼ିଛି । ୨୦୧୬ ନିର୍ବାଚନରେ ଏମାନେ ଭାଗ ନେଇନଥିଲେ । ତେବେ ମଙ୍ଗଳବାର ବହୁ ସଂଖ୍ୟାରେ ମତଦାନ ହେବ ବୋଲି ଆକଳନ କରାଯାଉଛି । ଅକ୍ଟୋବର ୨୯ରୁ ୩୧ ମଧ୍ୟରେ ନିର୍ବାଚନ ପୂର୍ବରୁ ହୋଇଥିବା ଶେଷ ସର୍ଭେରୁ ଜଣାପଡିଛି ଯେ ବିଡେନଙ୍କ ସପକ୍ଷରେ କୃଷ୍ନକାୟ ଭୋଟର ୮୭ ପ୍ରତିଶତରୁ ୫ ପ୍ରତିଶତ, ୧୮ ରୁ ୩୪ ବର୍ଷ ବୟସର ଯୁବ ଭୋଟର ୬୦ ପ୍ରତିଶତରୁ ୩୨ ପ୍ରତିଶତ, ବରିଷ୍ଠ ନାଗରିକ ୫୮ ପ୍ରତିଶତରୁ ୩୫ ପ୍ରତିଶତ, ମହିଳା ଭୋଟର ୫୭ ପ୍ରତିଶତରୁ ୩୭ ପ୍ରତିଶତ ରହିଛନ୍ତି । ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ଯୋଡିକୁ ଲୋକେ ଗ୍ରହଣ କରୁଥିବା ଜଣାପଡ଼ିଛି । ଆୟୋୱା, ଜର୍ଜିଆ ଏବଂ ଓହିୟୋରେ ବିଡେନଙ୍କୁ ଅଧିକ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । ୨୦୧୬ରେ ଟ୍ରମ୍ପଙ୍କ ବିଜୟୀ ପଛରେ ଏହି ·ରି ରାଜ୍ୟ ଥିଲେ ।

Leave A Reply

Your email address will not be published.