ବିଧାୟକଙ୍କ ସହ ଦିଲ୍ଲୀ ରାଜଘାଟରେ ଧାରଣା ଦେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

0 79

ନୂଆଦିଲ୍ଲୀ : କେନ୍ଦ୍ରର ନୂତନ କୃଷି ଆଇନ୍କୁ ପଞ୍ଜାବ ସରକାର ବିରୋଧ କରୁଥିବା ଦେଖିବାକୁ ମିଳିଛି । ଏହାକୁ ବିରୋଧ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବାକୁ ·ହିଁଥିଲେ । କିନ୍ତୁ ରାଷ୍ଟ୍ରପତି ଭେଟିବାକୁ ମନା କରିଦେଇଥିଲେ । ଏହାକୁ ନେଇ ନିଜର ସମସ୍ତ ବିଧାୟକଙ୍କ ସହ ଦିଲ୍ଳୀର ରାଜଘାଟରେ ବୁଧାବାର ବିରୋଧ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରିନ୍ଦର ସିଂହ । କେନ୍ଦ୍ରର ନୂଆ କୃଷି ଆଇନକୁ ଚ୍ୟାଲେଞ୍ଜ କରି ପଞ୍ଜାବ ବିଧାନସଭାରେ ଏକ ପ୍ରସ୍ତାବ ହୋଇଥିବା ବେଳେ ୪ଟି ବିଧେୟକ ପାସ୍ ହୋଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ଅମିରିନ୍ଦର ସିଂଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରି ରାଜ୍ୟରେ ସଂଶୋଧିତ କୃଷି ଆଇନ୍ରେ ସହମତି ଦେବାକୁ ଅନୁରୋଧ କରିବାକୁ ଯାଇଥିଲେ । କିନ୍ତୁ ରାଷ୍ଟ୍ରପତି ସେମାନଙ୍କୁ ଭେଟିବାକୁ ମନା କରିବାରୁ ମୁଖ୍ୟମନ୍ତ୍ରୀ ଅମିରିନ୍ଦର ସିଂ ନିଜ ବିଧାୟକମାନଙ୍କ ସହ ରାଜଘାଟରେ ଧାରଣା ଦେବେ ବୋଲି ଘୋଷଣା କରିଛନ୍ତି । ରାଜଘାଟ ଯିବା ପୂର୍ବରୁ ପଞ୍ଜାବର ସମସ୍ତ ବିଧାୟକ ଓ ମନ୍ତ୍ରୀ ପ୍ରଥମେ ନୂଆଦିଲ୍ଲୀର ପଞ୍ଜାବ ଭବନରେ ଏକଜୁଟ ହେବେ । ତେବେ ରାଜଘାଟରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିବା ସହ ରାଷ୍ଟ୍ରପତି ନ ଭେଟିବା ଅସାମ୍ବିଧାନିକ ବୋଲି କହିଛନ୍ତି ଅମିରିନ୍ଦର । ପଞ୍ଜାବରେ ମାଲବାହୀ ଟ୍ରେନ୍ ଉପରେ କେନ୍ଦ୍ର ସରକାର ରୋକକୁ ନେଇ କ୍ୟାପଟେନ ଅମିରିନ୍ଦର ସିଂହ କହିଛନ୍ତି, ରାଜ୍ୟରେ ସ୍ଥିତ ଚିନ୍ତାଜନକ ହୋଇପଡ଼ିଛି । କୋଇଲା ପରିବହନ ବନ୍ଦ ଥିବାରୁ ରାଜ୍ୟରେ ଥର୍ମାଲ ପ୍ଲାଣ୍ଟ ବନ୍ଦ ହେବାକୁ ବସିଲାଣି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ରାଜ୍ୟରେ ଜରୁରୀକାଳୀନ ଦ୍ରବ୍ୟ କୀଟନାଶକ, ୟୁରିଆ ଆଦିର ଅଭାବ ଦେଖାଦେଲାଣି । ଏହି ନିୟମ ବିରୋଧରେ ମଧ୍ୟ ଏହି ଧାରଣା ହେବାକୁ ଥିବା ବେଳେ ଅନ୍ୟ ଦଳର ବିଧାୟକମାନଙ୍କୁ ଧାରଣାରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ଅମିରିନ୍ଦର ସିଂ ।

Leave A Reply

Your email address will not be published.