ଗୋଟିଏ ଦିନରେ ରିଲାୟନ୍ସ ଇଣ୍ଡଷ୍ଟ୍ରିଜର ୧.୨ ଲକ୍ଷ କୋଟିର କ୍ଷତି

0 69

ନୂଆଦିଲ୍ଲୀ : ସେୟାର ବଜାରରେ ରିଲିଆନ୍ସ କମ୍ପାନୀର ସେୟାର ଉପରେ ପଡିଛି ପ୍ରଭାବ । ଯାହା ଫଳରେ ଗୋଟିଏ ଦିନରେ କମ୍ପାନୀକୁ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଏହା ସହ ମୁକେଶ ଅମ୍ବାନୀ ୫୧.୧୦୦ କୋଟି ଟଙ୍କା ହରାଇଛନ୍ତି । ଯାହା ଫଳରେ ଫୋବର୍ସ ବିଶ୍ୱ ଧନୀ ତାଲିକାରୁ ୩ଟି ପାହାଚ ତଳକୁ ଖସି ଆସିଛନ୍ତି । ଗତ ଶୁକ୍ରବାର ଯାଏ ମୁକେଶ ବିଶ୍ୱ ଧନୀ ତାଲିକାରେ ୬ ନମ୍ବର ସ୍ଥାନରେ ଥିବା ବେଳେ ଏହି କ୍ଷତି କାରଣରୁ ସେ ଏବେ ୯ ନମ୍ବର ସ୍ଥାନକୁ ଖସି ଆସିଛନ୍ତି । ଚଳିତ ବର୍ଷ ଶେଷ ତୈମାସିକ ହିସାବ ପରେ କମ୍ପାନୀ ଗତବର୍ଷ ତୁଳନାରେ ୧୫ ପ୍ରତିଶତ କମ୍ ଲାଭ କରିଥିବା ଜଣାପଡିଛି । ଫଳରେ ନିବେଶକ ମାନେ ସେମାନଙ୍କ ସେୟାର ବିକ୍ରି କରିଛନ୍ତି । କମ୍ପାନୀ । ସେୟାର ପିଛା ଦାମ୍ ୮.୬୨ ପ୍ରତିଶତ ହ୍ରାସ ପାଇ ୧୮୭୭ ଟଙ୍କାରେ ପହଞ୍ଚିଯାଇଛି । ଗତ ସେପ୍ଟେମ୍ବର ୧୬ରେ କମ୍ପାନୀର ପ୍ରତି ସେୟାର ମୂଲ୍ୟ ୨୩୬୮ ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା । ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍ର ଲାଭ ହ୍ରାସ ପାଇବାର ମୁଖ୍ୟ କାରଣ ହେଉଛି କମ୍ପାନୀ ସେୟାର ଦାମ୍ କମିବା ।

Leave A Reply

Your email address will not be published.