ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଘରୁ ଉଠାଇନେଲା ପୋଲିସ୍

0 72

ମୁମ୍ୱାଇ : ସାମ୍ବାଦିକ ତଥା ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ସକାଳେ ମୁମ୍ବାଇ ପୋଲିସ ଗିରଫ କରିଛି । ମିଳିଥିବା ଖବର ଅନୁଯାୟୀ, ୨୦୧୮ ମସିହାର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଅଧିକ ଅନୁସନ୍ଧାନ ପାଇଁ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ରାୟଗଡକୁ ନିଆଯିବ ବୋଲି କୁହାଯାଇଛି । ବୁଧବାର ସକାଳେ ମୁମ୍ବାଇ ପୋଲିସର ଏକ ଡର୍ଜନରୁ ଅଧିକ ଅଧିକାରୀ ତାଙ୍କୁ ଗିରଫ କରିବା ପାଇଁ ଅର୍ଣ୍ଣବଙ୍କ ବାସଭବନରେ ପହଞ୍ଚିଥିଲେ । ୨୦୧୮ରେ ଇଣ୍ଟେରିୟର ଡିଜାଇନର୍ ଅନଭୟ ନାୟକ ଏବଂ ତାଙ୍କ ମା କୁମୁଦ ନାୟକଙ୍କ ମୃତ୍ୟୁ ଘଟଣାରେ ମହାରାଷ୍ଟ୍ର ସିଆଇଡି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଟକ ରଖିଥିଲା । ୨୦୧୮ ମସିହାରେ ୫୩ ବର୍ଷିୟ ଅନଭୟ ନାୟକ ଏବଂ ତାଙ୍କ ମା’ କୁମୁଦ ନାୟକ ଆତ୍ମହତ୍ୟା କରିଥିଲେ । ଅନଭୟଙ୍କ ଦ୍ୱାରା ଲିଖିତ ସୁଇସାଇଡ୍ ନୋଟରେ ଗୋସ୍ୱାମୀ ଏବଂ ଅନ୍ୟ ଦୁଇଜଣ ତାଙ୍କୁ ୫.୪୦ କୋଟି ଟଙ୍କା ଦେଇ ନାହାଁନ୍ତି ଯାହା ତାଙ୍କୁ ଆର୍ଥିକ ଦୃଷ୍ଟିରୁ ପ୍ରଭାବିତ କରିଥିଲା ବୋଲି ଅଭିଯୋଗ ହୋଇଥିଲା । ଆଲିବାଗ ପୋଲିସ ୨୦୧୮ରେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା । କିନ୍ତୁ ୨୦୧୯ରେ ଏହା ବନ୍ଦ ହୋଇଯାଇଥିଲା । ତଥାପି ମେ ୨୦୨୦ ରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଆଦନ୍ୟା ନାୟକଙ୍କ (ଅନଭୟ ନାୟକଙ୍କ ଝିଅ) ଅଭିଯୋଗ ପରେ ଏହି ଘଟଣାର ଏକ ନୂତନ ସିଆଇଡି ତଦନ୍ତ ଘୋଷଣା କରିଥିଲେ । ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ୍ ଟିଭିରୁ ଦେୟ ପ୍ରଦାନ ନକରିବାର ଯାଞ୍ଚ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି ।

Leave A Reply

Your email address will not be published.