ଦିଲ୍ଲୀରେ ଆରମ୍ଭ ହୋଇଛି କରୋନା ସଂକ୍ରମଣର ତୃତୀୟ ପର୍ଯ୍ୟାୟ : ସ୍ୱାସ୍ଥ୍ୟମନ୍ତ୍ରୀ

0 64

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଗତକାଲି ଦିଲ୍ଲୀରେ ପ୍ରାୟ ସାତ ହଜାର କରୋନା ମାମଲା ସାମ୍ନାକୁ ଆସିଛି । ଆଜି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରୀ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି । ସତ୍ୟନ୍ଦ୍ର ଜୈନ କହିଛନ୍ତି ଯେ ବର୍ତ୍ତମାନ ଦିଲ୍ଲୀରେ ୬୮୦୦ଟି ଶଯ୍ୟା ଭର୍ତ୍ତି ରହିଥିବାବେଳେ ୯ ହଜାରଟି ବେଡ ଖାଲି ଅଛି । ଏହାକୁ ଦିଲ୍ଲୀରେ କରୋନାର ତୃତୀୟ ତରଙ୍ଗ ବୋଲି କହିପାରିବା ବୋଲି ସେ ଜଣାଇଛନ୍ତି । କିନ୍ତୁ ଗତ ୧୫ଦିନ ମଧ୍ୟରେ ସର୍ବାଧିକ ପରୀକ୍ଷଣ ହୋଇଛି । ତେଣୁ ସେ ହିସାବରେ ଅଧିକ ସକରାତ୍ମକ ମାମଲା ଆସିଛି ବୋଲି କହିଛନ୍ତି । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଘରୋଇ ଡାକ୍ତରଖାନାର ୮୦ ପ୍ରତିଶତ ଆଇସିୟୁ ଶଯ୍ୟା ସଂରକ୍ଷଣ ବି·ର କରାଯାଇନଥିବାରୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ଦିଲ୍ଲୀ ସରକାର ସୁପ୍ରିମକୋର୍ଟ ଯିବେ । ଆଇସିୟୁ ଶଯ୍ୟାରେ ସବୁଠାରୁ ବଡ ସମସ୍ୟା ହେଇଛି ବୋଲି ସେ ମତ ରଖିଛନ୍ତି । ତୃତୀୟ ଲହର ସମ୍ପର୍କରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ଯେ କିଛି ସମୟ ଧରି କୋଭିଡ ରୋଗୀଙ୍କ ମାମଲା ବୃଦ୍ଧି ପାଉଛି । ଏହାକୁ କରୋନା ମାମଲାର ତୃତୀୟ ଲହର ବୋଲି କହିପାରିବା । ପରିସ୍ଥିତି ଉପରେ ନଜର ରଖିଛୁ ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।

Leave A Reply

Your email address will not be published.