ନାବାଳିକା ଅପହରଣ ମାମଲା, ଭଣ୍ଡ ତାନ୍ତ୍ରିକ କୋର୍ଟ ଚାଲାଣ

0 70

ମାହାଙ୍ଗା ୫.୧୧ : ଟିଉସନ ମାଷ୍ଟରରୁ ଭଣ୍ଡ ତାନ୍ତ୍ରିକ ସାଜିଥିଲା ସୁଜିତ୍ । ଗାଆଁ ଗହଳିରୁ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଲୋକେ ପହଂଚୁଥିଲେ ବାବାଙ୍କ ଆଶ୍ରମରେ । ଏ ବାବା ଜଣକ ତନ୍ତ୍ର ସାଧକ ବୋଲି ବେଶ ପ୍ରଚାର ଚଳେଇଥିଲେ । ଏଥିରେ ସେ ଭଲ ଦି ପଇସା ରୋଜଗାର ବି କରୁଥିଲେ । ହେଲେ ଜନୈକା ନାବାଳିକା ନିଖୋଜ ମାମଲାରେ ଛନ୍ଦିହୋଇ ବାବା ପଡିଲେ ହରଡଘଣାରେ । ଘଟଣାରୁ ପ୍ରକାଶ ମାହାଙ୍ଗା ଥାନା କୋଳିଅଠା ଗାଁରୁ ନିଖୋଜ ହୋଇଥିବା ନାବାଳିକାକୁ ଅପହରଣ ନେଇ ଥାନାରେ ଏତଲା ହୋଇଥିଲା । ପୋଲିସ ଅପହୃତାକୁ ଉଦ୍ଧାର କରି କୋର୍ଟରେ ହାଜର କରି ତାର ବୟାନ ରେକର୍ଡ କରିଥିଲା । ନାବାଳିକାର ବୟାନ ମୁତାବକ ଭଣ୍ଡ ତାନ୍ତ୍ରିକ ସୁଜିତ୍ ତାଙ୍କ ସହ ମୋବାଇଲରେ ଚାଟିଙ୍ଗ୍ କରିବା ଠାରୁ ଝିଅମାନଙ୍କୁ ଟିଉସନ କରିବା ବାହାନାରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହିଥିଲେ ବୋଲି ପ୍ରକାଶ କରିଥିଲା । ଏନେଇ ସୁଜିତ୍ଙ୍କ ନାମରେ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ସୁଜିତକୁ ନାବାଳିକା ଅପହରଣ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

Leave A Reply

Your email address will not be published.