ଆଳୁ, ପିଆଜ ଦରବୃଦ୍ଧିକୁ ନେଇ ଖାଉଟି ଅସନ୍ତୋଷ

0 70
ଯେଗାଣ ବିଭାଗ ପକ୍ଷରୁ ବିଭିନ୍ନ ଗୋଦାମ ଉପରେ ଚଢାଉ 

ପିପିଲି,୭/୧୧:ପିପିଲି ବଜାର ତଥା ଆଖ ପାଖ ଅଂଚଳରେ ଆଳୁ,ପିଆଜ ଦର ହୁହୁ ହୋଇ ବଢୁଛି । ଏହାକୁ ନେଇ ସ୍ଥାନୀୟ ଅଂଚଳର ଖାଉଟିମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଭିଯୋଗ ପାଇ ସ୍ଥାନୀୟ ଯୋଗାଣ ବିଭାଗ ପକ୍ଷରୁ ଅଚାନକ ପିପିଲି ଅଂଚଳର ବିଭିନ୍ନ ଆଳୁ ପିଆଜ ଗୋଦାମ ଉପରେ ଚଢାଇ କରାଯାଇଛି । କରୋନା ସମୟରେ ସାଧାରଣ ଲୋକେ ଜୀବନ,ଜୀବିକା ହରାଇ ବସିଥିବା ବେଳେ ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀ ଦର ବଢିବା ଖାଉଟିଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବିଶେଷକରି କାମ ଧନ୍ଦା ହରାଇ ଆର୍ଥିକ ଅନାଟନା ଭିତରେ ଥିବା ଗରିବ ଗୁରୁବାଙ୍କୁ ଏହି ଦରବୃଦ୍ଧି ଅସହ୍ୟ ହେଲାଣି । ପିପିଲିରେ ଗତ ୨ମାସ ତଳେ ଆଳୁ କିଲୋ ପିଛା ୧୫ଟଙ୍କା ଥିଲା । ଏବେ ଲଗାତାର ଭାବେ ବଢି ୪୦ଟଙ୍କାରେ ପହଂଚିଛି । ସେହିପରି ପିଆଜ କିଲୋ ପିଛା ୩୦ଟଙ୍କା ଥିବା ବେଳେ ଏବେ ୭୦ରୁ ୮୦ଟଙ୍କାରେ ବ୍ୟବସାୟୀ ବିକ୍ରି କରୁଛନ୍ତି । ଲଗାତାର ଦରବୃଦ୍ଧିକୁ ନେଇ ଖାଉଟି ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଖଟିଖିଆ ଗରିବ ଲୋକମାନେ ଏହି ଦରବୃଦ୍ଧି କାରଣରୁ ମାନସିକ ଓ ଆର୍ଥିକ ସ୍ତରରେ ପ୍ରଭାବିତ ହେଉଛନ୍ତି । ବାରମ୍ବାର ଅଭିଯୋଗ ପାଇ ଜିଲା ଯୋଗାଣ ବିଭାଗ ତତ୍ପରତା ଦେଖାଇଛି । ଅଚାନକ ପିପିଲି ଯୋଗାଣ ଅଧିକାରିଣୀ ଲିପ୍ସା ରାଉତ ପିପିଲି ପୋଲିସ ସହାୟତାରେ ପିପିଲି ଥିବା ବିଭିନ୍ନ ଆଳୁ,ପିଆଜ ଗୋଦାମ ଉପରେ ଚଢାଉ କରିଛନ୍ତି । ଚଢାଉ ସମୟରେ ସେମାନଙ୍କ ଗୋଦାମ ଷ୍ଟକ ଓ ଚାଲଣକୁ ତଦାରଖ କରିଥିଲେ ଏବଂ ମାଲିକ ମାନଙ୍କୁ ଅଧିକ ଦରରେ ନ ବିକ୍ରି କରିବା ପାଇଁ ତାଗିଦ୍ କରିଥିଲେ । ଏବେ ଆଳୁ ୩୮ ଓ ପିଆଜ ୬୫ ଟଙ୍କାରେ ବିକ୍ରୀ କରିବାକୁ ବ୍ୟବସାୟୀଙ୍କୁ କୁହାଯାଇଛି । କୌଣସି ଗୋଦାମ ମାଲିକ କଳାବଜାରୀ କଲେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିପିଲି ଯୋଗାଣ ଅଧିକାରୀଣି ଲିପ୍ସା ରାଉତ କହିଛନ୍ତି ।

Leave A Reply

Your email address will not be published.