ବିପୁଳ ପରିମାଣର ଗଞ୍ଜେଇ ଜବତ

0 79

ରାୟଗଡ଼ା : ରାୟଗଡ଼ା ପୁଲିସକୁ ଆଜି ବଡ଼ ଧରଣ ର ସଫଳତା ହାସଲ କରିଛି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ସୂତ୍ରରୁ ସ୍ଥାନୀୟ ଯେ ଏସ କୋ ନିକଟରେ ଟ୍ରକସହ ବିପୁଳ ପରିମାଣ ଗଞ୍ଜେଇ ଜବତ କରିଛି । ଟ୍ରକ ରେ ଡ୍ରାଇଭର ନଥିବା ବେଳେ ପୋଲିସ ଟ୍ରକଟିକୁ ତନାଘନା କରିବା ପରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଦେଖିବାକୁ ମିଳିଥିଲା। ଗଞ୍ଜଇର ଓଜନ ପାଖାପାଖି ୧୧୧୪ କୁଇଣ୍ଟାଲ ଥିବା ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇଛି। 
 ଟ୍ରକ ଡ୍ରାଇଭର ଓ ଅନ୍ୟ କର୍ମଚାରୀ ଟ୍ରକ ଛାଡ଼ିଦେଇ ଫେରାର ହୋଇଯାଇଥିବା ପୁଲିସ କହିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯିବା ପରେ  ତଥ୍ୟ ପ୍ରଦାନ କରାଯାଇଥିଲା। ଫେରାର ଟ୍ରକ ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କୁ ଧରିବା ନିମନ୍ତେ ପୁଲିସ ବିଭିନ୍ନ ସ୍ଥାନରେ ତନାଘନା ଜାରି ରଖିଛି । ଟ୍ରକର ମାଲିକ ବାହାର ରାଜ୍ୟରୁ ହୋଇଥିବାରୁ ତାଙ୍କୁ ମଧ୍ୟ ଆଣିବା ପାଇଁ ଉଦ୍ୟମ ଚାଲିଥିବା ଜଣାପଡ଼ିଛି । ଟ୍ରକଟି କୋରାପୁଟ ଜିଲ୍ଲାରୁ ରାୟଗଡ଼ା ଦେଇ ମଧ୍ୟପ୍ରଦେଶ କିମ୍ବା ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ କରୁଥିବା ପୁଲିସ ଅନୁମାନ କରିଛଇ 
ପୁଲିସ ସୂତ୍ରରୁ ପ୍ରକାଶ, ଏକ ଟ୍ରକ (ଏମ୍ଏଚ-୧୯- କେଡ-୫୩୦୮)ରେ ପ୍ରାୟ ଏକ ଟନ୍ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସକୁ ସୂଚନା ମିଳିଥିଲା । ଏହି ଖବରକୁ ଆଧାର କରି ପୁଲିସର ଏକ ଟିମ୍ ସ୍ଥାନୀୟ ଆମ୍ବଗୁଡ଼ା ଛକ ନିକଟରେ ଜଗିରହିଥିଲେ ।  ଅଟକାଇବା ପରେ ଯାଞ୍ଚ କରାଯାଇଥିଲା । କାଟୁନ ବୋଝେଇ ଟ୍ରକରେ ଯାଞ୍ଚ ବେଳେ ୪୫ରୁ ଅଧିକ ପ୍ୟାକେଟରେ ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡିଥିଲା । ଟ୍ରକ ଡ୍ରାଇଭର ଅନୀଲ ଯାଦବ ଫରାର ଥିବାବେଳେ ପୋଲିସ କେଶ ନଂ୩୪୯ ତା୭-୧୧-୨୦୨୦ ଇଉ/୫-୨୦ (ବି) ¡¡ (ସି) ଏନ ଡି ପି ଏସ ଧାରା ଅନୁସାରେ କେଶ ରୁଜୁ କରାଯାଇଛି। କିଛି ଦିନ ଧରି ଜିଲ୍ଲାରେ ଗଞ୍ଜେଇ ଚାଲାଣ ବୃଦ୍ଧି ପାଉଛି।

Leave A Reply

Your email address will not be published.