ସ୍କୁଲ ଫାଟକରୁ ଅହିରାଜ ସାପ ଉଦ୍ଧାର

0 79

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକ ସମ୍ମୁଖରୁ ଏକ ବିରାଟକାୟ ଅହିରାଜ ସାପକୁ ଉଦ୍ଧାର କରାଯାଇଥିବାର ପାରଳାଖେମୁଣ୍ଡି ବନଖଣ୍ଡ ସୂତ୍ରରୁ ପ୍ରକାଶ । ଏହି ଅହିରାଜ ସାପଟି ବିଦ୍ୟାଳୟ ସମ୍ମୁଖରେ ଥିବା ଏକ ଡ୍ରେନରେ ଦୁଇ ଦିନ ଧରି ରହିଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହାପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ବ୍ରହ୍ମପୁର ସ୍ନେକ ହେଲ୍ପ ଲାଇନର ସଦସ୍ୟ ଓ ବନ କର୍ମଚାରୀ ମାନେ ମିଳିତ ଉଦ୍ଦ୍ୟମରେ ଏହି ବିରାଟକାୟ ଅଜଗର ସାପଟିକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛଡାଯାଇଥିଲା । ଏହି ଉଦ୍ଧାର କାର୍ଯ୍ୟରେ ସ୍ନେକ ହେଲ୍ପ ଲାଇନର ଶ୍ରୀକାନ୍ତ ନାହାକ, ଶ୍ରୀକାନ୍ତ ସାହୁ, ଶୁଭମ ସାହୁ, ନିୟୋଜିତ ଥିବାବେଳେ ବନ କର୍ମଚାରୀ ସୌଦାମିନୀ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.