ଗୁଜରାଟରେ 8ରୁ 8 ଆସନରେ ବିଜେପି ଆଗରେ

0 78

ଅହମଦାବାଦ: ଗୁଜରାଟର 8ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗଣତି ଚାଲିଛି। ସମସ୍ତ ଆସନରେ ଶାସକ ଦଳ ବିଜେପିର ପ୍ରାର୍ଥୀ ଆଗୁଆ ରହିଛନ୍ତି। ଅପରାହ୍ନ ସୁଦ୍ଧା ଏହି ଟ୍ରେଣ୍ଡ ରହିଛି। ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଭୋଟ୍‌ ଗଣତି ଟ୍ରେଣ୍ଡକୁ ନେଇ କହିଛନ୍ତି ଯେ ବିଜେପି ସମସ୍ତ ଆଠଟି ଆସନରେ ବିଜୟୀ ହେବାକୁ ଯାଉଛି। ଆଗାମୀ ନିର୍ବାଚନ ପୂର୍ବରୁ ଏହା ଟ୍ରେଲର ବୋଲି ସେ କହିଛନ୍ତି। ନଭେମ୍ଵର 3 ରେ ଅନୁଷ୍ଠିତ ଉପ-ନିର୍ବାଚନରେ 60.75 ପ୍ରତିଶତ ମତଦାନ ହୋଇଥିଲା। ଏହି ଆଠଟି ଆସନ ପାଇଁ ମୋଟ 81 ଜଣ ପ୍ରାର୍ଥୀ ବିବାଦରେ ରହିଛନ୍ତି। ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକମାନେ ଏହି ଆସନରୁ ଇସ୍ତଫା ଦେବା କାରଣରୁ ଉପ-ନିର୍ବାଚନ ହୋଇଛି। କଂଗ୍ରେସର ପାଞ୍ଚଜଣ ବିଧାୟକ ବିଜେପିରେ ଯୋଗ ଦେଇଥିଲେ। ଏହାପରେ ବିଜେପି ସେମାନଙ୍କୁ ପୁଣିଥରେ ଦଳୀୟ ଆସନରୁ ପ୍ରାର୍ଥୀ କରିଛି। 2017 ବିଧାନସଭା ନିର୍ବାଚନରେ ଏହି ବିଧାୟକମାନେ କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିଲେ। ସମସ୍ତ ଆସନରେ ବିଜେପି ଆଗରେ ରହିଛି। ତେବେ କୌଣସି ପ୍ରକାର ବିଜୟ ଉତ୍ସବ ବିଜେପି ପାଳନ କରିବନି ବୋଲି କହିଛି। କାରଣ ବଦ୍ରିନାଥରେ ଦୁର୍ଘଟଣାରେ ବିଜେପି ଜିଲ୍ଲା ଯୁବ ସଭାପତି ଶ୍ରୀଗେଶ ରାଠୋରଙ୍କ ମୃତ୍ୟୁ ହୋଇଥିବାରୁ ଦଳ ବିଜୟୀ ହେବା ସତ୍ତ୍ଵେ କୌଣସି ପ୍ରକାର ସେଲିବ୍ରେସନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.