କାଶୀନଗର ପୋଲିସ ପକ୍ଷରୁ ୬୦ହଜାର ଟଙ୍କାର ଘୁଟ୍କା ଜବତ

0 70

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା କାଶୀନଗର ପୋଲିସ ପକ୍ଷରୁ ବିଭିନ୍ନ ଦୋକାନରେ ଚଢାଉ କରାଯାଇ ୫୦ ଜରିବ୍ୟାଗ୍ ଘୁଟ୍କା ଜବତ କରିଥିବାର ଜଣାପଡିଛି । ଏହି ଘଟଣାରେ ତିରୁପତି ପାତ୍ର ନାମକ ଜଣେ ଦୋକାନୀକୁ ଘଟଣାରେ ସମ୍ପୃକ୍ତ ଥିବାକୁ ନେଇ ଅଭିଯୁକ୍ତ ସାବ୍ୟସ୍ତ ହୋଇଛନ୍ତି । ଏନେଇ କାଶୀନଗର ଥାନାରେ ୧୦୫/୨୦ରେ ଏକ ମାମଲା ରୁଜୁ କରାଯାଇଥିବାର କାଶୀନଗର ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତର ଏମ୍.ଏମ୍. ଅଲ୍ଲୀ କାଶୀନଗର ଥାନାରେ ପହଞ୍ôଚ ଜବତ ହୋଇଥିବା ଘୁଟ୍କା କେଉଁ ପ୍ରକାର ଏବଂ ସ୍ୱାସ୍ଥ୍ୟ ପକ୍ଷରେ କେତେ ହାନୀକାରକ ତାହା ଯାଞ୍ଚ କରିଛନ୍ତି । ଜବତ ହୋଇଥିବା ଘୁଟ୍କାର ମୁଲ୍ୟ ୬୦ହଜାର ଟଙ୍କା ହେବ ବୋଲି ସୁଚନା ମିଳିଛି ।

Leave A Reply

Your email address will not be published.