ଦେଓ ଓ ମଧ୍ୟମ ଜଳ ସେଚନ ପ୍ରକଳ୍ପର ୫ମ ଆର୍ପିଡିଏସସି ବୈଠକ

0 66

ବାରିପଦା,୧୭/୧୧: ମୟୂରଭଞ୍ଜ ଜିଲ୍ଲାର ପାଂଚପୀଢ କରଂଜିଆ ଉପଖଣ୍ଡ ଅନ୍ତର୍ଗତ ଦେଓ ମଧ୍ୟମ ଜଳ ସଚେନ ପ୍ରକଳ୍ପର ୫ମ ଆର୍ପିଡିଏସସି (ପୁର୍ନବାସ ଓ ଥଇଥାନ ତଥା ପାରିପାର୍ଶିକ ବିକାଶ ଉନ୍ନୟନ ଉପଦେଷ୍ଟା କମିଟି ବୈଠକ ତା. ୧୬.୧୧.୨୦୨୦ ରିଖ ପୂର୍ବାହ୍ନରେ ବାରିପଦା ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ କେନ୍ଦ୍ରାଂଚଳ ରାଜସ୍ୱ କମିସନର ଓଡିଶା, କଟକ ତଥା ଅଧ୍ୟକ୍ଷ ଆର.ପି.ଡି.ଏସ୍.ସି, ମୟୂରଭଞ୍ଜ ଅନିଲ୍ କୁମାର ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ବୈଠକରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, କରଂଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ଜିଲ୍ଲାପାଳ ମୟୂରଭଞ୍ଜ ବିନୀତ୍ ଭରଦ୍ୱାଜ୍ , ଭାପ୍ରସେ, ଜଳସମ୍ପଦ ବିଭାଗର (ଆର୍ ଆର୍) ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ, କେନ୍ଦ୍ରାଂଚଳ ରାଜସ୍ୱ ଆୟୋଗ ଙ୍କ ଅତିରିକ୍ତ ସଚିବ ବିବେକାନନ୍ଦ ସାହୁ, ଦେଓ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମହେନ୍ଦ୍ର କୁମାର ଭୂୟା, ଉପଜିଲ୍ଲାପାଳ କରଂଜିଆ ଡ. ରଜନୀକାନ୍ତ ବିଶ୍ୱାଳ, ପ୍ରମୁଖ ସମେତ ନିର୍ବାହୀ ଯନ୍ତ୍ରୀ ଅନିଲ୍ କୁମାର ପାଣିଗ୍ରାହୀ, ସତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଦୁଃଖବନ୍ଧୁ ନାୟକ, ସଂପୃକ୍ତ ବିଭାଗ ପଦାଧିକାରୀ ଏବଂ ବିସ୍ଥାପିତ ତଥା ବୁଡି ଅଂଚଳର ଜନପ୍ରତିନିଧି ମାନେ ଯୋଗ ଦେଇ ଦେଓ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଶେଷ କରି ବିସ୍ଥାପିତ ଅଂଚଳ ପୂର୍ଣ୍ଣବାସ ଓ ଥଇଥାନ ତଥା ପାରିପାର୍ଶିକ ବିକାଶ ଆଦି ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସୂଚନା ଯୋଗ୍ୟଯେ ମୟୂରଭଞ୍ଜ ଜିଲ୍ଲାର ପାଂଚପୀଢ କଂରଜିଆ ଉପଖଣ୍ଡ ଅଂଚଳ ହାତୀବାରୀ ଠାରେ କାର୍ଯ୍ୟକାରୀ କରାଯାଉଥିବା ମଧ୍ୟମ ଜଳସେଚନ ପ୍ରକଳ୍ପ ଯୋଜନାରେ ମୟୂରଭଞ୍ଜ ଜିଲ୍ଲାର ୬୬୭୭ ହେକ୍ଟର ଓ କେନ୍ଦୁଝର ଜିଲ୍ଲାର ୩୨୨୩ ହେକ୍ଟର ମୋଟ୍ ୯୯୦୦ ହେକ୍ଟର କୃଷି ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ଧାର୍ଯ୍ୟ ଲକ୍ଷ୍ୟ ଥାଇ ୧୯୯୨ ମସିହା କାର୍ଯ୍ୟକାରୀ କରାଯାଇଆସୁଥିବା ଏହି ପ୍ରକଳ୍ପ ଦ୍ୱାରା ହାତୀବାରି, ଦେବୀଗଡ, ପୁରୁଣାପାଣି ଓ ସାନବାରାହାକାମୁଡା ଆଦି ୪ଟି ଗ୍ରାମ ସଂପୂର୍ଣ୍ଣ ବୁଡି ଅଂଚଳ ଗ୍ରାମ ଥିବାବେଳେ ବଡବାରାହାକାମୁଡା, କଦଳୀବାଡି, ରାଣିଭୋଳ, ବଡ ରାମଚନ୍ଦ୍ରପୁର, ଠାକୁରପାଟଣା ଓ ଶ୍ୟାମଚନ୍ଦ୍ରପୁର ଆଦି ୬ଟି ଗ୍ରାମ ଆଂଶିକ ବୁଡି ଅଂଚଳ ଗ୍ରାମର ବିସ୍ଥାପିତ ପରିବାର ଲୋକ ମାନଙ୍କୁ ସରକାରଙ୍କ ପୂର୍ନବାସ ଓ ଥାଇଥାନ ନିତିନିୟମାନୁସାରେ ଅନୁକମ୍ପା ସହାୟତା ପ୍ରଦାନ କରାଯାଇଥିବାବେଳେ ବହୁ ପ୍ରତିକ୍ଷିତ ଦେଓ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ତ୍ୱାରାନ୍ନିତ କରାଯାଇ ଆଗାମୀ ୨୦୨୧ ଜୁନ୍ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରାଯିବା ବୈଠକରେ ଆଲୋଚନା ହୋଇଥିଲା । ଏଥି ପାଇଁ ବିସ୍ଥାପିତ ଓ ଥାଇଥାନ ସଂପର୍କୀତ ଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ, ସଂପୃକ୍ତ ବିଭାଗ ଓ ଜନପ୍ରତିନିଧ ଙ୍କ ସମ୍ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଆଗେଇ ନେବାକୁ କେନ୍ଦ୍ରାଂଚଳ ରାଜସ୍ୱ କମିସନର ଶ୍ରୀ ସାମଲ ପରାର୍ମଶ ଦେଇଥିଲେ । ଏ ଦିଗରେ ବିଶେଷ କରି ପୁରଣା ବିସ୍ଥାପିତ ପରିବାରଙ୍କୁ ନୂତନ ବିସ୍ଥାପିତ ଅନୁଦାନ ରାଶି ସମାନ ହେବା ପାଇଁ ଅନୁକମ୍ପା ସହୟତା ପ୍ରଦାନ କରାଯିବା ପାଇଁ ଆଲୋଚନା କରାଯାଇ ଆବଶକୀୟ ରାଶି ପ୍ରଦାନ କରିବା ପାଇଁ ସରକାର ଙ୍କ ଅନୁମୋଦନ ନିମନ୍ତେ ସୁପାରିଶ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏଥିପାଇଁ ୨୦୧୭ ଜାନୁୟାରୀ ମାସ ସୁଦ୍ଧା ଯେଉଁ ମାନଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବ ନୂତନ ବିସ୍ଥାପିତ ହିସାବରେ ନିଆଯାଇ ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯିବା ପାଇଁ ଅନୁମୋଦନ ନିମନ୍ତେ ନିଷ୍ପତି ନିଆଯାଇଥିଲା । ସେହିପରି ସମସ୍ତ ବିସ୍ଥାପିତ ମାନଙ୍କ ପୁନଃ ଥଇଥାନ ଓ ପାରିପାର୍ଶିକ ବିକାଶ କାର୍ଯ୍ୟକ୍ରମରେ ବିସ୍ଥାପିତ କୋଲନୀ ଅଂଚଳରେ ଗମନା ଗମନ ରାସ୍ତା ସଂଯୋଗୀକରଣ, ପାନୀୟ ଜଳଯୋଗାଣ, ବିଦ୍ୟୁତ୍ ଆଲୋକ ଯୋଗାଣ ପିଲାମାନଙ୍କ ଶିକ୍ଷା ବ୍ୟବସ୍ଥା ଆଦି ଆନୁସଙ୍ଗିକ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ସହ ଭିତିଭୂମି ବିକାଶ କାର୍ଯ୍ୟକ୍ରମ ତ୍ୱାରାନ୍ନିତ କରାଯିବା ନିଷ୍ପତି ଗ୍ରହଣ କରାଯାଇଛି । ଏହି ବୈଠକରେ ବିସ୍ଥାପିତ ମାନଙ୍କୁ ସମସ୍ତ ସୁବିଧା ପ୍ରଦାନ ପୂର୍ବକ ବୁଡି ଅଂଚଳରୁ ଏହିବର୍ଷରୁ ବିସ୍ଥାପିତ ହୋଇ ନୂତନ କୋଲନୀରେ ସ୍ଥାନାସ୍ତର ପାଇଁ ବିହିତ ପଦକ୍ଷେପ ପାଇଁ କେନ୍ଦ୍ରାଂଚଳ ଗୁରୁତ୍ୱାରୋପ କରିଥିଲେ ।

Leave A Reply

Your email address will not be published.