ଫଟୋ ଉଠାଇବାର କିଛି ଘଣ୍ଟା ପରେ ଜୀବନ୍ତ ଦଗ୍ଧ ହୋଇଗଲେ ୫ବନ୍ଧୁ

0 72

ସଂଗୁର, ୧୮ ।୧୧: ପଞ୍ଜାବ ସଂଗୁରରେ ମଙ୍ଗଳବାର ରାତିରେ ଏକ ଭୟାବହ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଏକ କାରରେ ୫ଜଣ ସାଙ୍ଗ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକମାନେ ହେଲେ ୪୧ ବର୍ଷ ବୟସ୍କ କୁଲତାର ସିଂହ, ୪୦ ବର୍ଷ ବୟସ୍କ ଲବିନ୍ଦର ସିଂହ, ୫୫ ବର୍ଷ ବୟସ୍କ ପୂର୍ବତନ ସେନା କ୍ୟାପଟେନ ସୁଖବିନ୍ଦର ସିଂହ ଗିଲ, ୫୦ ବର୍ଷ ବୟସ୍କ ଚମକୌର ସିଂହ ଓ ୪୬ ବର୍ଷ ବୟସ୍କ ସୁରିନ୍ଦରସିଂହ ପାଲ । ସମସ୍ତଙ୍କ ଘର ମୋଗାରେ । ମୃତ୍ୟୁ ପରେ ଏହି ୫ଜଣ ସାଙ୍ଗଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହି ଫଟୋକୁ ଦେଖି ପରିବାର ବର୍ଗ ଶୋକ ପ୍ରକାଶ କରିଛନ୍ତି । ସେମାନେ କେବେ ସ୍ୱପ୍ନରେ ବି ଭାବିନଥିବେ ଯେ ମୃତ୍ୟୁ ଏମିତି ଆସିବ ଓ ୫ ବନ୍ଧୁଙ୍କୁ ଏକାସଙ୍ଗେ ନେଇଯିବ । ୫ ବନ୍ଧୁ ଦିର୍ବାରେ ଏକ ସମାରୋହରେ ସାମିଲ ହେବାକୁ ଯାଇଥିଲେ । ସମାରୋହରୁ ଫେରିବାବେଳେ ସୁନାମ ବାଇପାସ ନିକଟରେ ଏକ ଟ୍ରକ ସହ ତାଙ୍କ କାର ଧକ୍କା ହୋଇଥିଲା । ଧକ୍କା ହେବାପରେ କାରରେ ନିଆଁ ଲାଗିଯାଇଥିଲା । କାରରେ ନିଆଁ ଲାଗିବା ପରେ ୫ ବନ୍ଧୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଚେଷ୍ଟା ସତ୍ତେ୍ୱ୍ୱ କାରରୁ ବାହାରି ପାରିନଥିଲେ । କାରରେ ସେଣ୍ଟର ଲକ ପଡିଥିଲା ଯେଉଁଥିପାଇଁ ମୃତଦେହ ବାହାର କରିବାକୁ ମଧ୍ୟ ବହୁତ ସମୟ ଲାଗିଥିଲା । ବହୁ କଷ୍ଟରେ ମୃତଦେହଗୁଡିକୁ ବାହାର କରି ପୋଲିସ ସଙ୍ଗୁର ହସ୍ପିଟାଲକୁ ପଠାଇଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା । ପୋଲିସ ଟ୍ରକ ଡ୍ରାଇଭର ବିରୋଧରେ ମାମଲା ରୁଜ୍ଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

Leave A Reply

Your email address will not be published.