ସମସ୍ତଙ୍କୁ ମାଗଣା କରୋନା ଟିକା ଦିଆଯାଉ: ନାରାୟଣ ମୂର୍ତ୍ତି

0 58

ନୂଆଦିଲ୍ଲୀ, ୧୮ ।୧୧ : କରୋନା ଟୀକାକୁ ନେଇ ଭଲ ଖବର ଆସିଲାଣି । ଥରେ ଏହି ଟିକା ବଜାରକୁ ଆସିବା ମାତ୍ରେ ଏହାକୁ ସାର୍ବଜନୀନ କରାଯିବା ଉଚିତ । ଏଥିପାଇଁ ସାଧାରଣ ଜନତାଙ୍କୁ କୌଣସି ଦେୟ ଦେବାକୁ ନ ପଡୁ । ଏହି କଥା କହିଛନ୍ତି ଇନଫୋସିସ କୋ ଫାଉଣ୍ଡର ନାରାୟଣ ମୂର୍ତ୍ତି । ମଡର୍ଣ୍ଣା ଏବଂ ଫାଇଜର-ଏନ୍ ଟେକ୍ ଟିକାଗୁଡିକର ସଫଳ ପରୀକ୍ଷଣକୁ ଦୃଷ୍ଟିରେ ରଖି ନାରାୟଣ ମୂର୍ତ୍ତି ଏହି କଥା କହିଛନ୍ତି । କିଛିଦିନ ତଳେ ବିହାର ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ସମୟରେ ନାଗରିକଙ୍କୁ ମାଗଣା ଭ୍ୟାକସିନ୍ ଦେବା ପାଇଁ ବିଜେପି କହିଥିଲା । ଏହା ପରେ ମଧ୍ୟ ପ୍ରଦେଶ ଏବଂ ତାମିଲନାଡୁ ସରକାର ମାଗଣା ଟିକା କଥା କହିଥିଲେ । ଓଡ଼ିଶା ସମେତ ଅନେକ ରାଜ୍ୟ ଟିକା କିପରି ନିଜ ନିଜ ରାଜ୍ୟରେ ସୁରକ୍ଷିତ ଭାବେ ପହଞ୍ଚିବ, ଏହାକୁ କିଣା ଯାଇ ପାରିବ, ସେ ନେଇ ପ୍ରକ୍ରିୟା ଜାରି ରଖିଛନ୍ତି । ସେହିପରି ଥରେ ଟିକା ବାହାରିଲା ପରେ ଲାଭ ଉଦ୍ଦେଶ୍ୟ ରଖି ଏହା କାରବାର କରା ନ ଯାଉ । ଏଥିପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ୟୁଏନ ପ୍ରଦାନ କରୁ । ସେହିପରି ବିଭିତ୍ତ ରାଷ୍ଟ୍ର, ରାଜ୍ୟ ସମୂହ ନିଜ ନିଜ ନାଗରିକଙ୍କ ପାଇଁ ଟୀକା ଖର୍ଚ୍ଚ ବହନ କରୁ ।

Leave A Reply

Your email address will not be published.