ରାଜ୍ୟରେ କରୋନାରେ ଆଉ ୧୪ ମୃତ୍ୟୁ

0 72

ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ । ପ୍ରତିଦିନ ୧୦ରୁ ଅଧିକ ଲୋକଙ୍କ ଜୀବନ ନେଉଛି ଏହି ମାରାତ୍ମକ ଭାଇରସ । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୪ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୭୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ମୃତକଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୫ ଜଣ ଥିବା ବେଳେ ସମ୍ବଲପୁରରୁ ୩, ରାୟଗଡା, ନୂଆପଡା, ଜଗତସିଂହପୁର, କଟକ, ଭୁବନେଶ୍ୱର ଓ ଅନୁଗୁଳରୁ ଜଣେ ଲେଖାଏଁ ଅଛନ୍ତି । ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩, ୫,୨୭୧ରେ ପହଞ୍ଚିଥିବା ବେଳେ ୩୦୬୭୨୬ ଜଣ ସୁସ୍ଥ ହୋଇସାରିଲେଣି।

Leave A Reply

Your email address will not be published.